ଓଡ଼ିଶାଲାଇଭ ବ୍ୟୁରୋ

ଦେଶରେ ଥିବା ସମସ୍ତ କ୍ରିକେଟ ବୋର୍ଡ ମଧ୍ୟରୁ ଭାରତୀୟ କ୍ରିକେଟ ବୋର୍ଡ(ବିସିସିଆଇ) ଧନୀ ତାଲିକାର ଶୀର୍ଷରେ ରହିଛି। ବିସିସିଆଇର ବୋର୍ଡର ଆୟ ୨୯୫ ମିଲିୟନ ଡଲାର। ଭାରତୀୟ ଦଳକୁ ସର୍ବାଧିକ ସ୍ପୋନସର ଯୋଗୁ ଏହା ସଫଳ ହୋଇଛି। ଭାରତୀୟ ଦଳରେ ସ୍ପୋନସର ଥିବା କମ୍ପାନି ଗୁଡ଼ିକ ହେଲା ଓପୋ ଇଲୋକ୍ଟ୍ରନିକ, ପେଟିଏମ, ନାଇକ, ପେପସି, ହୁଣ୍ଡାଇ, ମୋଟୋ କମ୍ପାନି, ଜନଲକ୍ଷ୍ମୀ ଫାଇନାନସିଆଲ ସର୍ଭିସ। ତେବେ ଟିମ ଇଣ୍ଡିଆରେ ବର୍ତ୍ତମାନ ଥିବା ଖେଳାଳିମାନେ କେତେ ଦରମା ପାଉଛନ୍ତି ତାହା ଜାଣନ୍ତୁ।

ଗ୍ରେଡ ଏ+ ( ବର୍ଷକୁ ୭ କୋଟି)

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧଓ୍ଵନ, ଭୁବନେଶ୍ଵର କୁମାର ଓ ଯଶପ୍ରିତ ବୁମରା ଏହି ଲିଷ୍ଟରେ ରହିଛନ୍ତି। ଟିମ ଇଣ୍ଡିଆରେ ଏହି ଲିଷ୍ଟ ଖେଳାଳି ବର୍ଷକୁ ସର୍ବାଧିକ ୭ କୋଟି ଟଙ୍କା ଦରମା ପାଉଛନ୍ତି।

ଗ୍ରେଡ ଏ ( ବର୍ଷକୁ ୫ କୋଟି)

ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି, ଆଜ୍ୟିଙ୍କ ରାହାଣେ, ମୁରଲି ବିଜୟ, ଚେତେଶ୍ଵର ପୂଜାରା, ରିଦ୍ଧିମାନ ଶାହା, ରବିଚନ୍ଦ୍ରନ ଅଶ୍ଵିନୀ ଓ ରବିନ୍ଦ୍ର ଜାଡେଜା ଏହି ଲିଷ୍ଟରେ ରହିଛନ୍ତି। ଏହି ଲିଷ୍ଟରେ ଥିବା ଖେଳାଳି ଦ୍ଵିତୀୟ ସର୍ବାଧିକ ଦରମା ପାଉଛନ୍ତି। ଏମାନଙ୍କର ବାର୍ଷିକ ଆୟ ୫ କୋଟି ଟଙ୍କା।

ଗ୍ରେଡ ବି (ବର୍ଷକୁ ୩ କୋଟି)

କେଏଲ ରାହୁଲ, ଉମେଶ ଯାଦବ, କୁଲଦିପ ଯାଦବ, ଯଶବିନ୍ଦର ଚହଲ, ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ୍ତ ଶର୍ମା, ଦିନେଶ କାର୍ତ୍ତିକ ଓ ମହମ୍ମଦ ସାମି ଏହି ଲିଷ୍ଟରେ ରହିଛନ୍ତି। ଏହି ଲିଷ୍ଟରେ ଥିବା ଖେଳାଳି ତୃତୀୟ ସର୍ବାଧିକ ଦରମା ପାଉଛନ୍ତି। ଏମାନଙ୍କ ବର୍ଷିକ ୩କୋଟି ଟଙ୍କା।

ଗ୍ରେଡ ସି (ବର୍ଷକୁ ୧ କୋଟି)

ସୁରେଶ ରାଇନା, କେଦାର ଯାଦବ, ମନିଷ ପାଣ୍ଡେ, କରୁନ ନାୟର, ଅକ୍ଷର ପଟେଲ, ପାର୍ଥିବ ପଟେଲ ଓ ଜୟନ୍ତ ଯାଦବ ଏହି ଲିଷ୍ଟରେ ରହିଛନ୍ତି। ଏହି ଲିଷ୍ଟର ଖେଳାଳି ଚତୁର୍ଥ ସର୍ବାଧିକ ଦରମା ପାଉଛନ୍ତି। ଏମାନଙ୍କ ବାର୍ଷିକ ଆୟ ୧ କୋଟି ଟଙ୍କା।

Comment