ଓଡ଼ିଶାଲାଇଭ ବ୍ୟୁରୋ

କ୍ରିକେଟ ଖେଳ ବିଶ୍ଵର ଏକ ପ୍ରମୁଖ ଖେଳ। ବିଶ୍ଵର ସର୍ବାଧିକ ଲୋକ କ୍ରିକେଟ ଖେଳ ଦେଖିବାକୁ ଭଲ ପାଇଥାନ୍ତି। ତେବେ ଅନେକ ଦେଶ ଏହି ଖେଳ ସହ ଜଡ଼ିତ ଅଛନ୍ତି। ସେହପରି ଅନେକ ଖେଳାଳି ମଧ୍ୟ ଅଛନ୍ତି ଯେଉଁମାନେ ଗୋଟିଏ ଦେଶରେ ଜନ୍ମ ହୋଇ ଆଉ ଏକ ଦେଶ ପାଇଁ କ୍ରିକେଟ ଖେଳିଛନ୍ତି। ତେବେ ଆସନ୍ତୁ ଜାଣିବା ସେମିତି କିଛି ଖେଳାଳିଙ୍କ ବିଷୟରେ।

ଆଣ୍ଡ୍ର୍ୟୁ ସାଇମଣ୍ଡ

ଅଷ୍ଟ୍ରେଲିଆର ଏହି ଦୁର୍ଦ୍ଦଶ ଅଲରାଉଣ୍ଡର ଇଂଲଣ୍ଡର ବର୍ମିଂହାମରେ ଜନ୍ମଗ୍ରହଣ କରିଥିଲେ। କମ୍ ବୟସରେ ବାପା ମା’ଙ୍କ ସହ ଅଷ୍ଟ୍ରେଲିଆ ଚାଲି ଆସିଥିଲେ। ସାଇମଣ୍ଡ ୧୯୯୪-୯୫ ସିଜିନ ଜରିଆରେ କ୍ଵିନ୍ସଲାଣ୍ଡ ତରଫରୁ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଶ୍ରେଣୀ କ୍ରିକେଟରେ ପଦାର୍ପଣ କରିଥିଲେ। ପରେ ୧୯୯୮ରେ ଦିନିକିଆରେ ପଦାର୍ପଣ କରିଥିଲେ। ଏହାସହ ୨୦୦ ମସିହା ବେଳକୁ ଅଷ୍ଟ୍ରେଲିଆ ଦଳର ଜଣେ ପ୍ରମୁଖ ଖେଳାଳି ହୋଇଥିଲେ। ଅଷ୍ଟ୍ରେଲିଆ ତରଫରୁ ସେ ୨୬ଟି ଟେଷ୍ଟ ୧୯୮ ଦିନିକିଆ ଓ ୧୪ଟି ଟି-୨୦ ଖେଳିଛନ୍ତି।

କେଭିନ ପିଟରସନ୍‌

ଦକ୍ଷିଣ ଆଫ୍ରିକାରେ ଜନ୍ମ ହୋଇଥିଲେ କେଭିନ ପିଟରସନ୍‌। ହେଲେ କ୍ରିକେଟରେ ଇଂଲଣ୍ଡ ପାଇଁ ପ୍ରତିନିଧିତ୍ଵ କରିଛନ୍ତି। ପ୍ରଥମେ ଘରୋଇ ଦଳରେ ଦେଶ ପାଇଁ ଖେଳିଥିଲେ। ପରେ ୨୦୦୪ରେ ଦିନିକିଆରେ ଇଂଲଣ୍ଡରେ ଡେବ୍ୟୁ କରିଥିଲେ। ଏହାର ଏକବର୍ଷ ପରେ ଟେଷ୍ଟରେ ଡେବ୍ୟୁ କରିଥିଲେ। କ୍ରିକେଟର ୩ଟି ପ୍ଲାଟଫର୍ମରେ ଚମତ୍କାର ପ୍ରଦର୍ଶନ ମଧ୍ୟ କରିଥିଲେ। ସେ ୧୦୪ ଟେଷ୍ଟ ମ୍ୟାଚରୁ ୨୩ଟି ଶତକ ସହ ୮ହଜାର ୧୮୧ ରନ କରିଥଲେ। ସେହିପରି ୧୩୬ ଦିନିକିଆରୁ ୯ ଶତକ ବଳରେ ୪ହଜାର ୪୪୦ ରନ କରିଛନ୍ତି।

ଇମାଦ୍‌ ଓ୍ଵାସିମ୍‌

ବର୍ତ୍ତମାନ ପାକିସ୍ତାନ କ୍ରିକେଟ ଦଳର ଇମାଦ ଜଣେ ପ୍ରମୁଖ ଖେଳାଳି। ଓ୍ଵେଲ୍ସର ସ୍ଵାନସିରେ ଜନ୍ମିତ ଏହି ଖେଳାଳି ବର୍ତ୍ତମାନ ପାକିସ୍ତାନ ଟିମ୍‌ ପାଇଁ ଖେଳୁଛନ୍ତି। ୨୦୦୭ରେ ପ୍ରଥମ ଶ୍ରେଣୀ କ୍ରିକେଟରେ ପଦାର୍ପଣ କରିଥିଲେ। ପରେ ୨୦୧୫ରେ ପାକିସ୍ତାନ ଦଳରେ ବାମହାତୀ ସ୍ପିନ ବୋଲର ଓ ଲୋୟର ଅର୍ଡର ବ୍ୟାଟ୍ସମ୍ୟାନ ଭାବେ ଚମତ୍କାର ପ୍ରଦର୍ଶନ କରିଥିଲେ। କ୍ରିକେଟ କ୍ୟାରିୟର ପୂର୍ବରୁ ସେ ଔଷଧ ଉପରେ ଚିକିତ୍ସା ଲାଭ କରୁଥିଲେ। ପାକିସ୍ତାନରେ ୧୯ବର୍ଷରୁ କମ୍‌ କ୍ରିକେଟରେ ସୁଯୋଗ ମିଳିବା ପରେ ସେ ତାଙ୍କ ବିଚାର ବଦଳାଇ ଥିଲେ।

କ୍ରିସ ଜୋରଦାନ

ଜନ୍ମ ଓ୍ଵେଷ୍ଟଇଣ୍ଡିଜରେ ହେଲେ କ୍ରିକେଟ ଖେଳୁଛନ୍ତି ଇଂଲଣ୍ଡ ପାଇଁ। ଇଂଲଣ୍ଡ ଦଳରେ ଟି-୨୦ର ଡେଥ ଓଭର ସ୍ପେଶାଲିଷ୍ଟ ଖେଳାଳି ଭାବେ ପରିଚିତ। ସେ ୮ଟି ଟେଷ୍ଟ ମ୍ୟାଚ ଖେଲିଥିଲେ। ହେଲେ ପରେ ସେ ଦିନିକିଆ ଓ ଟି-୨୦ ଖେଳରେ ଭଲ ପ୍ରଦର୍ଶନ କରିଥିଲେ। ସେ ଇଂଲଣ୍ଡ ପାଇଁ ୩୧ଟି ଦିନିକିଆ ଓ ୩୯ଟି ଟି-୨୦ ଖେଳିସାରିଛନ୍ତି।

ଇମ୍ରାନ ତାହିର

ଦକ୍ଷିଣ ଆଫ୍ରିକାର ଏହି ଦକ୍ଷ ସ୍ପିନ ବୋଲର ପାକିସ୍ତାନର ଲାହୋରରେ ଜନ୍ମଗ୍ରହଣ କରିଥିଲେ। ନିଜ କ୍ରିକେଟ କ୍ୟାରିୟରର ଆରମ୍ଭ ସେ ପାକିସ୍ତାନ ପାଇଁ କରିଥିଲେ। ୧୯ବର୍ଷରୁ କମ୍‌ କ୍ରିକେଟରେ ପାକିସ୍ତାନକୁ ପ୍ରତିନିଧିତ୍ଵ କରିଥିଲେ। ପରେ ଦକ୍ଷିଣ ଆଫ୍ରିକାର ଜଣେ ଯୁବତୀଙ୍କୁ ବିବାହ ପରେ ସେ ଦକ୍ଷିଣ ଆଫ୍ରିକା ଚାଲିଯାଇଥିଲେ। ସେଠାରେ ନିଜକୁ ଫିଟ କରିବାକୁ ସମୟ ଲାଗିଥିଲା ହେଲେ ଦକ୍ଷିଣ ଆଫ୍ରିକା ଦଳର ତାରକା ମାନଙ୍କ ମଧ୍ୟରେ ସେ ଜଣେ।

Comment