ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ଵାସ୍ଥ୍ୟ ବିଭାଗର ନୂଆ ନିଷ୍ପତ୍ତି। ଏଣିକି ଫୋନ୍‌ରେ ରୋଗୀଙ୍କ ଅଭିଯୋଗ ଶୁଣିବେ ସ୍ୱାସ୍ଥ୍ୟମନ୍ତ୍ରୀ। ଏନେଇ ସିଡିଏମ୍‌ଓ ସମ୍ମିଳନୀରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି।

ରୋଗୀ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ସେମାନେ ସିଧାସଳଖ ଫୋନ୍‌ରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କଥା ହୋଇ ନିଜ ଅଭିଯୋଗ ଜଣାଇ ପାରିବେ। ଅକ୍ଟୋବର ୨ରୁ ଏହି ବ୍ୟବସ୍ଥା ଲାଗୁ ହେବ। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଟିମ୍‌ ପ୍ରସ୍ତୁତ କରାଯିବ।

‘ମୋ ସରକାର’ ଯୋଜନାରେ ମନ୍ତ୍ରୀ ଓପିଡିକୁ ଆସୁଥିବା ରୋଗୀ ସିଧାସଳଖ ଫୋନ୍‌ରେ କଥା ହୋଇପାରିବେ। ରୋଗୀଙ୍କ କଲ୍‌ ଆସିଲେ ସେମାନଙ୍କ ସମସ୍ୟା ସମାଧାନ ହେବ।

ପୂର୍ବରୁ ଅଗଷ୍ଟ ୧୫ରେ ରାଜ୍ୟ ସରକାର ୫-ଟିକୁ ଭିତ୍ତି କରି ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି। ଏଥିରେ ନିଜେ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀ ଏବଂ ସରକାରୀ କର୍ମଚାରୀମାନେ ସିଧାସଳଖ ଲୋକମାନଙ୍କୁ ଫୋନ୍‌ କରି ସେମାନଙ୍କ ଅସୁବିଧା ସମ୍ପର୍କରେ ପଚାରି ବୁଝିବେ।

Comment