ଓଡ଼ିଶାଲାଇଭ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଫ୍ରାନ୍ସ, ୟୁଏଇ ଓ ବାହାରିନ ଗସ୍ତରେ ଯାଇଛନ୍ତି। ଏହି ଗସ୍ତରେ ତିନି ଦେଶ ସହ ଦ୍ଵିପାକ୍ଷିକ ଆଲୋଚନା କରାଯିବ। ଏହାସହ ମୋଦୀ ଆସନ୍ତା ୨୫ ତାରିଖରେ ଫ୍ରାନ୍ସରେ ଜି-୭ ସମ୍ମିଳନୀରେ ଯୋଗ ଦେବେ। ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଏହି ତିନି ଦେଶ ଜାତିସଂଘରେ କଶ୍ମୀର ପ୍ରସଙ୍ଗକୁ ନେଇ ଭାରତକୁ ସମର୍ଥନ କରିଥିଲେ।

ପ୍ରଥମେ ମୋଦୀ ଫ୍ରାନ୍ସରେ ଓହ୍ଲାଇବେ। ସେଠାରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋଙ୍କ ସହ ଭେଟ ହେବେ। ଏହାସହ ଦୁଇ ଦେଶ ମଧ୍ୟରେ ଆଣବିକ, ପ୍ରତିରକ୍ଷା ଓ ଆତଙ୍କବାଦ ପ୍ରସଙ୍ଗରେ ଦ୍ଵିପାକ୍ଷିକ ଆଲୋଚନା କରାଯିବ। ଭାରତ ଫ୍ରାନ୍ସ ମଧ୍ୟରେ ରାଫେଲ ଜେଟ୍‌କୁ ନେଇ ଚୁକ୍ତି ହୋଇଛି। ଚଳିତ ବର୍ଷ ଶେଷ ସୁଦ୍ଧା ଭାରତ ୩୬ଟି ରାଫେଲ ଜେଟ୍‌ କମିବ ବୋଲି ସୂଚନା ମିଳିଛି।

ଫ୍ରାନ୍ସ ପରେ ମୋଦୀ ୟୁଏଇ ଗସ୍ତ କରିବେ। ସେଠାରେ ମୋଦୀଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯିବ। ଏହି ସମ୍ମାନ ମୋଦୀଙ୍କୁ ଦିଆଯିବ ବୋଲି ଗତ ଏପ୍ରିଲ ମାସରେ ଘୋଷଣା କରାଯାଇଥିଲା। ପରେ ମୋଦୀ ବାହାରିନ ଗସ୍ତ କରିବେ।

ପରେ ପୁଣି ୨୫ ତାରିଖରେ ମୋଦୀ ଫ୍ରାନ୍ସ ଗସ୍ତ କରିବେ ଓ ସେଠାରେ ଜି-୭ ସମ୍ମିଳନୀରେ ଯୋଗ ଦେବେ। ସମ୍ମିଳନୀରେ ଭାରତ-ଆମେରିକା ମଧ୍ୟରେ କଶ୍ମୀର ପ୍ରସଙ୍ଗକୁ ନେଇ ଆଲୋଚନା ହେବ।

Comment