ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଓ ହଲିଉଡ୍ ଜଗତରେ ଅପାର ସଫଳତା ପାଇଥିବା ପ୍ରିୟଙ୍କା ଚୋପ୍ରା ବର୍ତ୍ତମାନ ନେଟ୍‌ଫ୍ଲିକ୍ସରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି। ଖୁବଶ୍ରୀଘ୍ର ନେଟ୍‌ଫ୍ଲିକ୍ସର ସୁପରହିରୋ ଫିଲ୍ମ “ୱି କ୍ୟାନ ବି ହିରୋସ୍’ରେ ଦେଖାଦେବେ ପ୍ରିୟଙ୍କା। ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ  ଟ୍ୱିଟ୍ ମାଧ୍ୟମରେ ଏହା ସ୍ପଷ୍ଟ କରିଛନ୍ତି।

ଫିଲ୍ମର ନିର୍ଦ୍ଦେଶନା ଦେବେ ରୋବର୍ଟ ରେଡ୍ରିଗୁଏଜ୍। ଷ୍ଟାଇଲିସ୍ ଲୁକ୍ ଓ ପ୍ରେଜେନ୍ସ ଅଫ୍ ମାଇଣ୍ଡ୍ ପାଇଁ ଲୋକପ୍ରିୟ ହୋଇଥିବା ପ୍ରିୟଙ୍କା ନିକଟରେ “ବିୟୁଟିକନ୍ ଫେଷ୍ଟିଭାଲ୍ ଲସ୍ ଏଞ୍ଜେଲସ୍-୨୦୧୯’ରେ ଭାଗ ନେଇଥିଲେ। ପ୍ରିୟଙ୍କା ବର୍ତମାନ ବଲିଉଡଠାରୁ ହଲିଉଡ୍ରେ ଅଧିକ ସକ୍ରିୟ।

ତାଙ୍କ ଅଭିନୀତ “ଇଜିଂଟ ଇଟ୍ ରୋମାଣ୍ଟିକ୍’ ନିକଟରେ ପ୍ରେକ୍ଷାଳୟରେ ରିଲିଜ୍ ହୋଇଛି। ଅକ୍ଟୋବର ୧୧ରେ ରିଲିଜ୍ ହେଉଥିବା “ଦି ସ୍କାଏ ଇଜ୍ ପିଙ୍କ୍’ ସିନେମାରେ ପ୍ରିୟଙ୍କା ଅଭିନୟ କରିଛନ୍ତି। ପ୍ରିୟଙ୍କାଙ୍କ ବ୍ୟତୀତ ଫରାନ୍ ଅଖତର, ଜାଏରା ୱସିମ୍ ତଥା ରୋହିତ ସୁରେଶ୍ ସରାଫ୍ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

Comment