ଓଡ଼ିଶାଲାଇଭ୍‌ ବ୍ୟୁରୋ

ବହୁ ଦିନରୁ ଆଣ୍ଡ୍ରୋଏଡ ଭର୍ସନ କୌଣସି ଖାଦ୍ୟ ପଦାର୍ଥ ନାଁ ଉପରେ ରହିଆସୁଅଛି। ଯେମିତିକି ଆଣ୍ଡ୍ରୋଏଡ କିଟ୍‌କାଟ୍‌, ଆଣ୍ଡ୍ରୋଏଡ ଲଲିପପ୍‌, ଆଣ୍ଡ୍ରୋଏଡ ମାର୍ସମେଲୋ, ଆଣ୍ଡ୍ରୋଏଡ ଓରିଓ। ତେବେ ଏହି ପରମ୍ପରାକୁ ଭାଙ୍ଗି କେବଳ ଗୋଟିଏ ନାଁ ରଖିବାକୁ ସ୍ଥିର କରିଛି ଆଣ୍ଡ୍ରୋଏଡ। ବର୍ତ୍ତମାନ ଏହାର ନାଁ ରହିବ Android 10।

ନିକଟରେ ଆଣ୍ଡ୍ରୋଏଡର ଆଗାମୀ ଭର୍ସନକୁ ଆଣ୍ଡ୍ରୋଏଡ Q ନାଁରେ ଆସିବ ବୋଲି ଶୁଶିବାକୁ ମିଳିଥିଲା। ଏହା ପରେ Q ନାଁରେ ଥିବା ବିଭିନ୍ନ ଖାଦ୍ୟ ପଦାର୍ଥରକୁ ଯୋଡ଼ି ଆଣ୍ଡ୍ରୋଏଡର ଆଗାମୀ ଭର୍ସନ ନାଁ ଶୁଣିବାକୁ ମିଳିଥିଲା। ହେଲେ ବର୍ତ୍ତମାନ ଆଣ୍ଡ୍ରୋଏଡ ପକ୍ଷରୁ ଏହା ଉପରୁ ପରଦା ଉଠାଇଛି। ଏବେ ଆଣ୍ଡ୍ରୋଏଡର ନାଁ କେବଳ Android 10 ହିଁ ରହିବ।

ଏନେଇ ଆଣ୍ଡ୍ରୋଏଡର ମୂଳ କମ୍ପାନି ଗୁଗଲ ପକ୍ଷରୁ ଏହା ଅଫିସିଆଲ ବ୍ଲଗ୍‌ରେ କୁହାଯାଇଛି। ଗୁଗଲ କହିଛି, “ଏହା ଦ୍ୱାରା ଗ୍ଲୋବାଲ ଅପରେଟିଂ ସିଷ୍ଟମ ଭାବେ ଲୋକମାନେ ଆଣ୍ଡ୍ରୋଏଡ ଭର୍ସନକୁ ଚିହ୍ନିବାରେ ସହଜ ହେବ। ଏଥିପାଇଁ ଆଣ୍ଡ୍ରୋଏଡ ଭର୍ସନକୁ ଏକ ନମ୍ବର ମାଧ୍ୟମରେ ଜଣାଯିବ।”

Android 10ର ନାଁ ଘୋଷଣା ସହିତ ଏହାର ଲୋଗୋ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ଆଣ୍ଡ୍ରୋଏଡର ରୋବଟ Andyକୁ ଦେଖିବାକୁ ମିଳିଛି। ବର୍ତ୍ତମାନ ଏହାର ରଙ୍ଗ ବଦଳାଇ ସବୁଜରୁ କଳା ରଙ୍ଗ କରାଯାଇଛି ଏବଂ ରୋବଟର ରଙ୍ଗ ସବୁଜ ରଖାଯାଇଛି।

Comment