ଓଡ଼ିଶାଲାଇଭ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲାର କଳା ସଂସ୍କୃତିକୁ ବଞ୍ଚାଇ ରଖିବା ଉଦ୍ଦେଶ୍ୟରେ ମୟୂରଭଞ୍ଜ ଫାଉଣ୍ଡେସନ ପକ୍ଷରୁ ଏକ କଳା ପ୍ରଦର୍ଶନୀ କାର୍ଯ୍ୟକ୍ରମ କରାଯାଇଛି। ମୟୂରଭଞ୍ଜ ମହାରାଣୀଙ୍କ ସହାୟତାରେ ତାଙ୍କ ବେଲଗଡିଆ ରାଜପ୍ରାସାଦ ପରିସରରେ ଏହି କାର୍ଯ୍ୟକ୍ରମ ହୋଇଛି। ରାଜମାତା ଭାରତୀ ରାଜ୍ୟଲକ୍ଷ୍ମୀ ଭଂଜଦେଓ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ଏହି ପ୍ରଦର୍ଶନୀ ଆସନ୍ତା ଅଗଷ୍ଟ ୨୫ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି। ବାରିପଦାଠାରେ ପ୍ରଥମଥର ଲାଗି ଏଭଳି ପ୍ରଦର୍ଶନୀ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି। ଏଥିରେ ମୟୂରଭଞ୍ଜ ସମେତ ପଡ଼ୋଶୀ ରାଜ୍ୟ ତଥା ବିଭିନ୍ନ ଜିଲ୍ଲା ମାନଙ୍କରୁ ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରିଛନ୍ତି। ବିଭିନ୍ନ ସ୍ଥାନରୁ ଆସିଥିବା ଶିଳ୍ପୀ ଏବଂ କଳାକାରମାନେ ସେମାନଙ୍କ ପ୍ରତିଭାକୁ ଭିନ୍ନ ଭିନ୍ନ ବିଭାଗରେ ପ୍ରଦର୍ଶିତ କରାଇଛନ୍ତି।

ଏ ପ୍ରକାର ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ଏ ପ୍ରକାର ଏକ୍ସପୋଜର କାର୍ଯ୍ୟକ୍ରମ ଜିଲ୍ଲାର କଳା ସଂସ୍କୃତି ହସ୍ତତନ୍ତ ବୟନଶିଳ୍ପର ବିକାଶ ଘଟାଇବାରେ ବେଶ ସହାୟକ ହେବ ବୋଲି ମୟୂରଭଞ୍ଜ ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି। ମୟୂରଭଞ୍ଜ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସଫଳ କରାଇବାକୁ ବିଭିନ୍ନ ସଂଗଠନ ସାହାର୍ଯ୍ୟ କରିଛନ୍ତି।

ଏନେଇ ମହାରାଣୀ ରଶ୍ମୀ ରାଜ୍ୟଲକ୍ଷ୍ମୀ ଭଂଜଦେଓ କହିଛନ୍ତି, “ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମୟୂରଭଞ୍ଜର କଳା ସଂସ୍କୃତିକୁ ପ୍ରଦର୍ଶନୀ କରାଇବା। ଜିଲ୍ଲାର ସମସ୍ତ କଳାକାର ଏଥିରେ ଯୋଗ ଦେଇଥିଲେ। ହେଲେ ପରେ ପଶ୍ଚିମବଙ୍ଗର ଅନେକ କଳାକାର ଯୋଗ ଦେଇଥିଲେ। ଏହା କଳା ଓ ସଂସ୍କୃତିର ଆଦାନ ପ୍ରଦାନ ପାଇଁ ଏକ ଉପଯୁକ୍ତ ସ୍ଥାନ ହୋଇପାରିବ।”

 

Comment