ଓଡ଼ିଶାଲାଇଭ୍ ବ୍ୟୁରୋ

ହୀରାକୁଦ ଜଳ ଭଣ୍ଡାରକୁ ଜଳ ପ୍ରବେଶ ହ୍ରାସ ପାଇବା ପରେ ବନ୍ଧର ସମସ୍ତ ଗେଟ୍‌ ବନ୍ଦ କରାଯାଇଛି। ଶୁକ୍ରବାର ରାତି ୯ଟା ବେଳକୁ  ଜଳ ଭଣ୍ଡାରକୁ ୫୧, ୧୬୫ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିବା ବେଳେ ବିଭିନ୍ନ ମାର୍ଗ ଦେଇ ୨୨, ୫୬୧ କ୍ୟୁସେକ୍‌ ନିଷ୍କାସିତ ହେଉଥିଲା।

ପାଓ୍ୱାର ଚ୍ୟାନେଲ୍‌କୁ ୧୯, ୩୫୨ କ୍ୟୁସେକ୍‌ ବିଭିନ୍ନ୍ କେନାଲକୁ ୩, ୦୩୯ କ୍ୟୁସେକ୍‌ ପାଣି ଦିଆଯାଉଥିଲା। ସେହିପରି ଖଇରମାଳଠାରେ ୧ ଲକ୍ଷ ୧୮ ହଜାର କ୍ୟୁସେକ, ବରମୂଳଠାରେ ୧ ଲକ୍ଷ ୧୮ ହଜାର କ୍ୟୁସେକ୍‌ ଓ ମୁଣ୍ଡୁଳିଠାରେ ଦେଢ଼ ଲକ୍ଷ କ୍ୟୁସେକ୍‌ ପାଣି ପ୍ରବାହିତ ହେଉଥିଲା।

ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୩.୫ ମିଲିଲିଟର ଓ ତଳ ମୁଣ୍ଡରେ ୨.୩୩ ମିମି ବର୍ଷା ରେକର୍ଡ ହୋଇଥିଲା।

Comment