ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି ଯେ ଦେଶ ଜଣେ ମୂଳ ବିଚାରକଙ୍କୁ ହରାଇଲା।

‘‘ଜେଟ୍‌ଲୀ ଜଣେ ବଡ଼ ବ୍ୟକ୍ତିତ୍ୱ ଥିଲେ। ଛାତ୍ରାବସ୍ଥାରୁ ସେ ସମାଜସେବା ସହ ଜଡ଼ିତ ଥିଲେ। ସବୁବେଳେ ସତ ପାଇଁ ଆନ୍ଦୋଳନ କରିଥିଲେ। ଜେଟଲୀ ଜୟପ୍ରକାଶ ନାରାୟଣଙ୍କ ଆନ୍ଦୋଳନରେ ବଡ଼ ତାରକା ଥିଲେ’’, କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

Comment