ଓଡ଼ିଶାଲାଇଭ ବ୍ୟୁରୋ

ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଶନିବାର ଦେହାନ୍ତ ହୋଇଛି। ତାଙ୍କ ବିୟୋଗରେ ସାରା ଦେଶ ଶୋକ ପ୍ରକାଶ କରିଛି। ଏହାସହ କ୍ରିକେଟ ଜଗତରେ ମଧ୍ୟ ଶୋକର ଛାୟା ଖେଳିଯାଇଛି। ଦେଶର ପ୍ରମୁଖ କ୍ରିକେଟରମାନେ ଜେଟଲୀଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛିନ୍ତି। ଅରୁଣ ଜେଟଲୀ ଦିଲ୍ଲୀ କ୍ରିକେଟ ବୋର୍ଡର ପୂର୍ବତନ ସଭାପତି ଥିଲେ।

ଟୁଇଟର ମାଧ୍ୟମରେ ଅନେକ କ୍ରିକେଟର ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି। ସେମାନେ ହେଲେ –


ଶିଖର ଧଓ୍ଵନ ତାଙ୍କ ଟୁଇଟର ପେଜରେ ଶ୍ରଦ୍ଧାଞ୍ଜଳୀ ଦେଇ କହିଛନ୍ତି, “ଭଗବାନ ଅରୁଣ ଜେଟଲୀଙ୍କ ଅମର ଆତ୍ମାଙ୍କୁ ସଦ୍‌ଗତି ଦିଅନ୍ତୁ, ତାଙ୍କ ପରିବାର ଓ ପ୍ରିୟଜନଙ୍କ ପ୍ରତି ମୋର ସମ୍ଵେଦନା ରହିଛି।”


ଆକାଶ ଚୋପ୍ରା ଟୁଇଟରରେ କହିଛନ୍ତି, “ ଅରୁଣ ଜେଟଲୀଙ୍କ ଦେହାନ୍ତ ଖବରରେ ମୁଁ ବହୁତ ଦଃଖିତ। ଜଣେ ବିଦ୍ଵାନ, କ୍ରିକେଟ ପ୍ରେମୀ ଓ ଜମେ ଉପକାରୀ ମଣିଷ ଭାବେ ଦୁନିଆ ଆପଣଙ୍କୁ ମନେ ରଖିବ। ୧୯ ବର୍ଷରୁ କମ୍‌ କ୍ରିକେଟରେ ଉନ୍ନତ ପ୍ରଦର୍ଶନ କରିଥିବା କ୍ରିକେଟର ାପଣଙ୍କୁ ଭୁଲିବେନି। ଆପଣଙ୍କୁ ହରାଇ ଦେଶ ବହୁତ ବଡ଼ କ୍ଷତି ସହିଛି।”


ବିରେନ୍ଦ୍ର ସେହଓ୍ଵାଗ ତାଙ୍କ ଟୁଇଟରରେ କହିଛନ୍ତି, “ଅରୁଣ ଜେଟଲୀଙ୍କ ନିଧନରେ ମୁଁ ଦୁଃଖିତ। ତାଙ୍କ ଜୀବନରେ ରାଜନୀତି ବ୍ୟତୀତ ସେ ଦ୍ଲିଲ୍ଲୀର ଅନେକ କ୍ରିକେଟରମାନଙ୍କ କ୍ୟାରିୟର ତିଆରି କରନ୍ତି। ସମୟ ଥିଲା ଦିଲ୍ଲୀ କ୍ରିକେଟରମାନଙ୍କୁ ଉଚ୍ଚସ୍ତରରେ ସ୍ଥାନ ମିଳୁନଥିଲା। ହେଲେ ଜେଟଲୀଙ୍କ ଅବଦାନରେ ଦିଲ୍ଲୀର କ୍ରିକେଟରମାନେ ଭାରତକୁ ପ୍ରତିନିଧିତ୍ଵ କରିଛନ୍ତି।”


ଭିଭିଏସ ଲକ୍ଷ୍ମଣ ଟୁଇଟରରେ କହିଛନ୍ତି, “ଅରୁଣ ଜେଟଲୀଙ୍କ ବିୟୋଗରେ ମୁଁ ଦୁଃଖିତ। ତାଙ୍କ ପରିବାର, ବନ୍ଧୁ ଓ ପ୍ରଶଂସକଙ୍କ ପାଇଁ ମୋର ଗଭୀର ସମ୍ଵେଦନ।”


ଗୌତମ ଗମ୍ଭୀର ତାଙ୍କ ଟୁଇଟରରେ କହିଛନ୍ତି, “ଜଣେ ପିତା ଆମକୁ କଥା କହିବା ସିଖାଇଥାନ୍ତି, ହେଲେ ଜଣେ ପିତୃତୁଲ୍ୟ ବ୍ୟକ୍ତି ଆମକୁ କଥା କହିବାର ଶୈଳୀ ଶିଖାଇଥାନ୍ତି। ଜଣେ ପିତା ଚାଲିବା ଶିଖାନ୍ତି, ହେଲେ ଜଣେ ପିତୃତୁଲ୍ୟ ବ୍ୟକ୍ତି ଦୌଡ଼ିବା ଶିଖାଇଥାନ୍ତି। ଜଣେ ପିତା ଆମ ନାମ ଦେଇଥାନ୍ତା, ହେଲେ ଜଣେ ପିତୃତୁଲ୍ୟ ବ୍ୟକ୍ତି ଆମ ପରିଚୟ ସୃଷ୍ଟି କରିଥାନ୍ତି। ମୋ ପାଇଁ ଏଭଳି ଜଣେ ପିତୃତୁଲ୍ୟ ବ୍ୟକ୍ତି ଥିଲେ ଅରୁଣ ଜେଟଲୀ ଜୀ।”


ସୁରେଶ ରାଇନା ତାଙ୍କ ଟୁଇଟରରେ କହିଛନ୍ତି, “ ଆପଣ ଆମକୁ ବହୁତ ଜଲଦି୍‌ ଛାଡ଼ି ଚାଲିଗଲେ। ଏହି ଖବର ଜାଣିବା ପରେ ମୁଁ ବହୁତ ଦୁଃଖିତ। ତାଙ୍କ ଐତିହାସିକ ଅର୍ଥନୈତିକ ବିଚାର ଯୋଗୁଁ ତାଙ୍କୁ ସମସ୍ତେ ମନେ ରଖିବେ। ମୋର ସମ୍ଵେଦନା ତାଙ୍କ ପରିବାର ସହ।”

Comment