ଓଡ଼ିଶାଲାଇଭ୍‌ ବ୍ୟୁରୋ

ଛତିଶଗଡ଼ରେ ଯବାନଙ୍କ ଏନକାଉଣ୍ଟରରେ ୫ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। ଏହି ଅପରେସନରେ ଦୁଇ ଯବାନ ମଧ୍ୟ ଆହତ ହୋଇଛନ୍ତି। ପ୍ରାଥମିକ ଚିକିତ୍ସା ପରେ ଆହତ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ମୃତ ନକ୍ସଲମାନଙ୍କ ନିକଟରୁ ବିପୁଳ ପରିମାଣର ମାରଣାସ୍ତ୍ର ଜବତ ହୋଇଛି। ସଂପୃକ୍ତ ଅଞ୍ଚଳରେ ସୁରକ୍ଷା ଦୃଷ୍ଟିରୁ ଅଧିକ ସଂଖ୍ୟକ ଯବାନ ମୁତୟନ ହୋଇଛନ୍ତି। ଛତିଶଗଡ଼ରେ ଏବେ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି। ଏନେଇ ସୂଚନା ଦେଇଛନ୍ତି ଛତିଶଗଡ଼ ନକ୍ସଲ ଅପରେସନ ଆଇଜି। ଛତିଶଗଡ଼ର ଅବୁଜମର ନାରାୟଣପୁର ଜଙ୍ଗଲରେ ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁ ହୋଇଥିଲେ।

ଏହାପୂର୍ବରୁ ଅଗଷ୍ଟ ୩ ତାରିଖରେ ମଧ୍ୟ ଛତିଶଗଡ଼ର ରାଜନାଦଗାଓଁରେ ସୁରକ୍ଷାକର୍ମୀ ଓ ନକ୍ସଲ ମୁହାମୁହିଁ ହୋଇଥିଲେ। ୭ ନକ୍ସଲଙ୍କୁ ନିପାତ କରିବାରେ ସଫଳ ହୋଇଥିଲେ ଯବାନ।

Comment