ଓଡ଼ିଶାଲାଇଭ୍ ବ୍ୟୁରୋ

ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏନେଇ ଅମିତ ଶାହ ସିରିଜଥ ଟୁଇଟ୍‌ କରି ତାଙ୍କ ଦୁଃଖ ପ୍ରକାଶ କରିଛନ୍ତି।

ଅମିତ ଶାହ ଟୁଇଟ୍‌ କରି ଲେଖିଛନ୍ତି, “ଅରୁଣ ଜେଟଲୀଙ୍କ ନିଧନରେ ମୁଁ ଅତ୍ୟନ୍ତ ଦୁଃଖିତ। ଜେଟଲୀଙ୍କ ବିୟୋଗ ମୋ ପାଇଁ ଏକ ବ୍ୟକ୍ତିଗତ କ୍ଷତି। ତାଙ୍କ ପରଲୋକରେ ମୁଁ କେବଳ ଜଣେ ସଂଗଠନର ବରିଷ୍ଠ ନେତାଙ୍କୁ ହରାଇନି ତା’ସହ ପରିବାରର ଜଣେ ଅଭିନ୍ନ ସଦସ୍ୟଙ୍କୁ ହରେଇଛି।”

 ଶନିବାର ମଧ୍ୟାହ୍ନରେ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଜେଟଲୀଙ୍କ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା। ଦୀର୍ଘଦିନ ଧରି ଅସୁସ୍ଥତା ହେତୁ ସେ ଅଗଷ୍ଟ ୯ରେ ଏମ୍ସରେ ଭର୍ତ୍ତି ହୋଇଥିଲେ।

ଜେଟ୍‌ଲୀଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଦିଲ୍ଲୀ ସମେତ ବିଭିନ୍ନ ଦଳର ନେତାମାନେ ଦୁଃଖ ପ୍ରକାଶ କରିଛନ୍ତି।

ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ତାଙ୍କ ପରିବାର ଲୋକଙ୍କ ସହିତ କଥା ହୋଇ ସମବେଦନା ଜଣାଇଛନ୍ତି।

Comment