ଓଡ଼ିଶାଲାଇଭ୍ ବ୍ୟୁରୋ

ଆନନ୍ଦ ଉଲ୍ଲାସର ସହ ଶେଷ ହୋଇଛି ଜନ୍ମାଷ୍ଟମୀ। ଆଜି ପାଳନ ହେଉଛି ନନ୍ଦୋତ୍ସବ। ଚାରିଆଡ଼େ ଏହି ଉତ୍ସବ ପାଳନ କରାଯାଉଛି। ତେବେ କାହିଁକି ଏହି ଉତ୍ସବର ନାଁ ନନ୍ଦୋତ୍ସବ ସେ ବିଷୟରେ ଓଡ଼ିଶାଲାଇଭ୍‌ରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି ବିଶିଷ୍ଟ ସାହିତ୍ୟିକ ତଥା ଭାଷା ବିଜ୍ଞାନୀ ପ୍ରଫେସର ରାଜକିଶୋର ମିଶ୍ର।

ନିଶାର୍ଦ୍ଧ ରାତିରେ କଂସ ବନ୍ଦୀଶାଳାରେ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମ ହୋଇଥିଲେ ଶ୍ରୀକୃଷ୍ଣ। ଭଗବାନ ଶ୍ରୀକୃଷ୍ଣ ଜନ୍ମ ହେବା ବେଳେ ସମସ୍ତେ ଚେତାଶୂନ୍ୟ ହୋଇଯାଇଥିଲେ। କିନ୍ତୁ ଭଗବାନ ତାଙ୍କ ରୂପ ମା’ ଦେବକୀ ଏବଂ ବସୁଦେବଙ୍କୁ ଦେଖାଇଥିଲେ। ଏହାପରେ ଭଗବାନ ବାଳକ ରୂପ ଧାରଣ କରିଥିଲେ।

ବସୁଦେବଙ୍କୁ ଶୂନ୍ୟରୁ ଆଦେଶ ହେଲା ଯେ ଏହି ବାଳକକୁ ନେଇ ଗୋପପୁରରେ ନନ୍ଦ ରାଜାଙ୍କ ଘରେ ଛାଡ଼ି ଦେଇ ତାଙ୍କ ଘରେ ଜନ୍ମ ନେଇଥିବା କନ୍ୟା ସନ୍ତାନକୁ ନେଇ ଆସିବା ପାଇଁ। ବସୁଦେବ ବନ୍ଦୀଶାଳାରୁ ଶ୍ରୀକୃଷ୍ଣଙ୍କୁ ନେଇ ରାତିରେ ନନ୍ଦ ରାଜାଙ୍କ ଘରେ ଛାଡ଼ିଦେଇ ଆସିଥିଲେ।

ନନ୍ଦଙ୍କ ଘରେ ଦୀର୍ଘ ବର୍ଷ ପରେ ପୁଅ ଜନ୍ମ ହୋଇଥିବାରୁ ଗୋପପୁରରେ ଉତ୍ସବ ଦେଖାଦେଇଥିଲା। ଗୋପବାସୀ ଯେଉଁ ଉତ୍ସବ ପାଳିଥିଲେ ତାହା ନନ୍ଦୋତ୍ସବ ନାଁରେ ନାମିତ।

‘‘ପରଂବ୍ରହ୍ମ ମାନବ ରୂପ ଧାରଣ କରି ଆସିଛନ୍ତି। ଏଣୁ ପୃଥିବୀବାସୀ ଏହାକୁ ଉତ୍ସବ ଭାବେ ପାଳନ କରନ୍ତି। ଭଗବାନ ତାଙ୍କର ମାନବ ଲୀଳା କରିବା ପାଇଁ ଭୂପୃଷ୍ଠକୁ ଆସିଛନ୍ତି। ଯଦିଓ ସେ ନନ୍ଦଙ୍କ ଘରେ ଜନ୍ମ ନେଇଛନ୍ତି ତାହା ନନ୍ଦୋତ୍ସବ। କିନ୍ତୁ ଏହା ମେଦିନୀ ଉତ୍ସବ’’, କହିଛନ୍ତି ରାଜକିଶୋର ମିଶ୍ର।

Comment