ଓଡ଼ିଶାଲାଇଭ ବ୍ୟୁରୋ

ସେପ୍ଟେମ୍ଵର ୩ ତାରିଖରେ ନୂଆଁଖାଇ ପର୍ବ। ଏନେଇ ପଶ୍ଚିମ ଓଡ଼ିଶା ଚଳଚଞ୍ଚଳ ହୋଇ ପଡ଼ିଛି। ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଏହି ଗଣପର୍ବ ପାଇଁ ମା ସମଲେଶ୍ଵରୀଙ୍କ ଲଗ୍ନ ଧାର୍ଯ୍ୟ କରାଯାଇଛି।

ଝାଡ଼ୁଆପଡ଼ା ବ୍ରହ୍ମପୁରା ମନ୍ଦିର ପଣ୍ଡିତ ମହାସଭାରେ ଏହି ଲଗ୍ନ ଧାର୍ଯ କରାଯାଇଛି। ମା ସମଲେଶ୍ଵରୀଙ୍କ ପୀଠରେ ନବାନ୍ନ ଲାଗି ହେବା ନେଇ ଦିନ ଧାର୍ଯ୍ୟ କରାଯାଇଛି। ସକାଳ ୧୦ଟା ୫ରୁ ୧୦ଟା ୨୦ ମଧ୍ୟରେ ଠାକୁରାଣୀଙ୍କ ନିକଟରେ ନବାନ୍ନ ଲାଗି କରାଯିବ।

ଆଜି ଅପରାହ୍ନରେ ବ୍ରାହ୍ମଣ ମହାସଭା ଦ୍ୱାରା ଏହି ଗଣପର୍ବ ଲଗ୍ନ ଧାର୍ଯ୍ୟ ପାଇଁ ସଭା କରାଯାଇଥିଲା। ଝାଡୁଆପଦାସ୍ଥିତ ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ମହାସଭା ପାଞ୍ଜି ଦେଖି ଲଗ୍ନ ଧାର୍ଯ୍ୟ କରିଥିଲେ। ନବାନ୍ନ ଲାଗି ନେଇ ଲଗ୍ନ ଧାର୍ଯ୍ୟ ହେବା ପରେ ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡକୁ ଏ ନେଇ ଲିଖିତ ଭାବରେ ସୂଚନା ଦିଆଯାଇଛି।

Comment