ଓଡ଼ିଶାଲାଇଭ ବ୍ୟୁରୋ

ନାବାଳିକା ପାଇଁ ଖୁଦୁରୁକୁଣି ଓଷା ହେଲା କାଳ। ନଦୀକୁ ପାଣି ଆଣିବାକୁ ଯାଇ ପ୍ରଖର ସ୍ରୋତରେ ଭାସିଗଲେ ନାବାଳିକା। ଏଭଳି ଏକ ଦଃଖତ ଘଟଣା ଘଟିଛି ବ୍ରହ୍ମପୁର ଜିଲ୍ଲା କାଞ୍ଜିଆମା ଗାଁ ଋଷିକୁଲ୍ୟା ନଦୀରେ।

ଖୁଦୁରୁକୁଣି ଓଷା ପାଇଁ କାଞ୍ଜିଆମା ଗାଁର କିଛି ନାବାଳିକା ଋଷିକୁଲ୍ୟା ନଦୀକୁ ପାଣି ଆଣିବାକୁ ଯାଇଥିଲେ। ପାଣି ଆଣିବା ବେଳେ ୩ ଜଣ ନାବାଳିକା ପ୍ରଖର ସ୍ରୋତରେ ଭାସିଯାଇଥିଲେ। ଭାସି ଯାଇଥିବା ୩ଜଣଙ୍କ ମଧ୍ୟରୁ ୨ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛି।

ତେବେ ଘଟଣାସ୍ଥଳରେ ଅଗ୍ନୀଶମ ବାହିନୀ ପହଞ୍ଚି ନାବାଳିକାକୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛି। ଏହି ଘଟଣା ବ୍ରହ୍ମପୁର ସହରରେ ଦୁଃଖର ଛାୟା ଖେଳାଇ ଦେଇଛି।

Comment