ଓଡ଼ିଶାଲାଇଭ୍‌ ବ୍ୟୁରୋ 

କଳକାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ ତଥା ତଥା ଗାଡି ମଟରର ବହୁଳ ବ୍ୟବହାର ଯୋଗୁଁ ଦିନକୁ ଦିନ ଆମ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି। ପରିବେଶ ପ୍ରଦୂଷିତର ପ୍ରଭାବ ସିଧାସଳଖ ମନୁଷ୍ୟ ଉପରେ ପଡ଼ିଥାଏ। ନିକଟରେ ଏକ ସର୍ଭେରୁ ଜଣାପଡ଼ିଛି, ପ୍ରଦୂଷିତ ବାୟୁ ମଧ୍ୟ ମୃତ୍ୟୁର କାରଣ ହୋଇପାରେ।

ହୃତପିଣ୍ଡ ଏବଂ ଶ୍ୱାସ ରୋଗରେ ପିଡିତ ଥିବା ରୋଗୀଙ୍କ ପାଇଁ ପ୍ରଦୂଷିତ ବାୟୁ ମୃତ୍ୟୁର କାରଣ ହୋଇପାରେ ବୋଲି ଗବେଷକମାନେ କରିଥିବା ଏକ ସର୍ଭେ ରିପୋର୍ଟରୁ ଜଣାପଡିଛି।

ପ୍ରଦୂଷିତ ବାୟୁରେ ଥିବା ହାନିକାରକ କ୍ଷୁଦ୍ର ଜୀବାଣୁ ଫୁସ୍‌ଫୁସ୍ ମଧ୍ୟକୁ ସହଜରେ ପ୍ରବେଶ କରିପାରିଥାଏ। ଯାହା ପରବର୍ତ୍ତୀ ମୁହୁର୍ତ୍ତରେ ସଂକ୍ରମଣର ରୂପ ନେଇ ମୃତ୍ୟୁର କାରଣ ସାଜିଥାଏ।

‘ନ୍ୟୁ ଇଂଲଣ୍ଡ ଜର୍ନାଲ୍ ଅଫ୍ ମେଡିସିନ୍’ ନାମକ ଏକ ପତ୍ରିକାରେ ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଗତ ୩୦ ବର୍ଷ ଧରି କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି ଯେ, ବିଶ୍ୱର ୨୪ଟି ଦେଶର ୬୫୨ଟି ସହରରେ ବାୟୁ ପ୍ରଦୂଷଣ ଯୋଗୁଁ ମୃତ୍ୟୁହାର ବଢ଼ିଛି।

Comment