ଓଡ଼ିଶାଲାଇଭ୍ ବ୍ୟୁରୋ

ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବୃଦ୍ଧି ଯୋଗୁଁ ହୀରାକୁଦ ଜଳ ଭଣ୍ଡାରର ୧୦ଟି ଗେଟ୍‌ ଖୋଲାଯାଇଛି।

ସୋମବାର ପର୍ଯ୍ୟାୟକ୍ରମେ ୬ଟି ଗେଟ୍‌ ଖୋଲାଯାଇଥିଲା। କିନ୍ତୁ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ଆଜି ଆଉ ୪ଟି ଗେଟ୍‌କୁ ଖୋଲାଯାଇଛି।

ବର୍ତ୍ତମାନ ୧୦ଟି ଗେଟ୍‌ ଦେଇ ଜଳ ନିସ୍କାସନ ହେଉଛି।

ଏବେ ଜଳ ଭଣ୍ଡାର ଭିତରକୁ ୧ ଲକ୍ଷ ୭୫ ହଜାର ୨୪୪ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ୧ ଲକ୍ଷ ୩୧ ହଜାର ୫୯ କ୍ୟୁସେକ୍‌ ଜଳ ନିସ୍କାସିତ ହେଉଛି।

Comment