ଓଡ଼ିଶାଲାଇଭ୍ ବ୍ୟୁରୋ

ପାକିସ୍ତାନକୁ ଝଟ୍‌କା ଦେଇଛି ପଡ଼ୋଶୀ ଆଫଗାନିସ୍ତାନ। ଜାତିସଂଘ ସୁରକ୍ଷା ପରିଷଦରେ ପାକିସ୍ତାନ ବିରୋଧରେ ଫେରାଦ ହୋଇଛି ଆଫଗାନିସ୍ତାନ।

ପାକିସ୍ତାନ ସୀମାରେ ଥିବା ଆଫଗାନିସ୍ତାନର କିଛି ସହରରେ ପାକ୍‌ ସବୁବେଳେ ଗୁଳିଗୋଳା ମାଡ଼ କରୁଛି। ପାକିସ୍ତାନ ଆଫଗାନିସ୍ତାନରେ ସବୁବେଳେ ଭୟର ବାତାବରଣ ସୃଷ୍ଟି କରୁଥିବା ଅଭିଯୋଗ ଆଣିଛି।

ଏହି ଅଭିଯୋଗକୁ ବିଚାର କରି ପାକିସ୍ତାନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଫଗାନିସ୍ତାନ ଜାତିସଂଘ ସୁରକ୍ଷା ପରିଷଦକୁ ନିବେଦନ କରିଛି।

କିଛିଦିନ ତଳେ ଆଫଗାନିସ୍ତାନ ସୀମାରେ ପାକିସ୍ତାନ ମିସାଇଲ ମାଡ଼ କରିଥିବା ଅଭିଯୋଗ ହୋଇଥିଲା। ଆଫଗାନିସ୍ତାନର କୁନାର ଅଞ୍ଚଳରେ ଏହି ମିସାଇଲ ମାଡ଼ ହୋଇଥିଲା।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଧାରା ଉଛେଦ ହେବା ପରେ ପାକିସ୍ତାନ ଜାତିସଂଘ ସୁରକ୍ଷା ପରିଷଦକୁ ଯାଇଥିଲା। କଶ୍ମୀର ଉଭୟ ଦେଶର ଦ୍ୱିପାକ୍ଷିକ ପ୍ରସଙ୍ଗ ହୋଇଥିବାରୁ ତୃତୀୟ ପକ୍ଷ ହସ୍ତକ୍ଷେପ କରିବା ଠିକ୍‌ ହେବନି ବୋଲି ସୁରକ୍ଷା ପରିଷଦ ଅଧ୍ୟକ୍ଷ ପାକିସ୍ତାନକୁ ଜଣାଇ ଦେଇଥିଲେ।

କିନ୍ତୁ ଚୀନର ଦାବି ପରେ ଜାତିସଂଘ ସୁରକ୍ଷା ପରିଷଦରେ କଶ୍ମୀର ପ୍ରସଙ୍ଗ ଆଲୋଚନା ହୋଇଥିଲା। ହେଲେ ୠଷ୍‌ ଭାରତକୁ ସମର୍ଥନ କରିବା ପରେ ପାକିସ୍ତାନ ହଟହଟା ହୋଇଥିଲା।

ଏବେ ପାକିସ୍ତାନ ବିରୋଧରେ ଆଫଗାନିସ୍ତାନ ଜାତିସଂଘ ସୁରକ୍ଷା ପରିଷଦରେ ଫେରାଦ ହୋଇଛି। ଫଳରେ ପାକିସ୍ତାନ ପାଇଁ ଅଡୁଆ ବଢ଼ିଛି।

LEAVE A REPLY

Please enter your comment!
Please enter your name here