ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା କାଲିଠୁ ଆରମ୍ଭ କରିବାକୁ ଯାଉଛନ୍ତି ‘ଫିଟ୍‌ ଇଣ୍ଡିଆ’ ଅଭିଯାନ। ଦେଶବାସୀଙ୍କୁ ସୁସ୍ଥସବଳ ରଖିବା ଏହି ଅଭିଯାନର ମୂଳ ଲକ୍ଷ୍ୟ ରହିବ। ଅଗଷ୍ଟ ୨୯ ଜାତୀୟ କ୍ରୀଡ଼ା ଦିବସ ଅବସରରେ ଏହି ‘ଫିଟ୍‌ ଇଣ୍ଡିଆ’ ଅଭିଯାନ ଆରମ୍ଭ ହେବ।

ଏହି ଅଭିଯାନରେ ଉଦ୍ୟୋଗ, ଫିଲ୍ମ, ଖେଳ ଜଗତର ବହୁ ହସ୍ତିମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।। କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ମିଳିତ ଭାବେ ଏହି ଅଭିଯାନର କାର୍ଯ୍ୟ ନିଜ ହାତକୁ ନେଇଛନ୍ତି।

ଗତ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରି ‘ଫିଟ୍‌ ଇଣ୍ଡିଆ’ ଅଭିଯାନ ଆରମ୍ଭ ନେଇ ଘୋଷଣା କରିଥିଲେ। ମୋଦୀ କହିଥିଲେ, “ଅଗଷ୍ଟ ୨୯ରେ ସାରା ଦେଶରେ ପାଳନ ହେବ ଜାତୀୟ କ୍ରୀଡ଼ା ଦିବସ। ଏହି ଅବସରରେ ଦେଶବାସୀଙ୍କୁ ସୁସ୍ଥ ସବଳ ରଖିବା ପାଇଁ ‘ଫିଟ୍‌ ଇଣ୍ଡିଆ ଅଭିଯାନ’ର ଶୁଭାରମ୍ଭ ହେବାକୁ ଯାଉଛି।”

“ଫିଟ୍‌ ଇଣ୍ଡିଆ ଅଭିଯାନ ଉପରେ ମୁଁ ଅଗଷ୍ଟ ୨୯ରେ ବିସ୍ତାର ଭାବେ ବର୍ଣ୍ଣନା କରିବି। ଆପଣ କିଭଳି ଫିଟ୍‌ ରହିବେ ତାହା ମୁଁ ଚାହୁଁଛି। ଫିଟ୍‌ ଇଣ୍ଡିଆ ଅଭିଯାନ ମାଧ୍ୟମରେ ଆମେ ମିଳିତ ଭାବେ ଦେଶ ପାଇଁ ଏକ ଲକ୍ଷ୍ୟ ନିର୍ଦ୍ଧାରିତ କରିପାରିବା” ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ।

Comment