ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିକାଲି ବଜାରରେ ରେଡି-ଟୁ-ଇଟ୍ ଖାଦ୍ୟ ପଦାର୍ଥର ଚାହିଦା ବହୁତ ବଢ଼ିଛି। ବାହାରେ ରହି କାମ କରୁଥିବା ଯୁବକ ଯୁବତୀମାନେ ସମୟ ଅଭାବ ଯୋଗୁଁ  ଅତ୍ୟଧିକ ପରିମାଣରେ ରେଡି-ଟୁ-ଇଟ୍ ଖାଦ୍ୟ ଖାଉଥିବା ଦେଖିବାକୁ ମିଳେ।

କେବଳ ଯୁବପିଢ଼ି ହିଁ ନୁହେଁ ଛୋଟ ପିଲାମାନେ ଏଭଳି ଖାଦ୍ୟ ଖାଇବାକୁ ବହୁତ ପସନ୍ଦ କରୁଛନ୍ତି। ନ୍ୟୁଟ୍ରିସନାଲ୍ ଇଷ୍ଟିଚ୍ୟୁଟ୍ସ୍ ଆଣ୍ଡ୍ କଲେଜେସ୍ ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ମିଳିଥିବା ତଥ୍ୟ ଅନୁଯାୟୀ, ୬୦ ରୁ ୭୦ ଭାଗ ଯୁବପିଢ଼ି ରେଡି-ଟୁ-ଇଟ୍ ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି।

କିନ୍ତୁ ଏହି ଖାଦ୍ୟ ପଦାର୍ଥ କେବଳ ପାଟିକୁ ସୁଆଦିଆ ମାତ୍ର କିନ୍ତୁ ସ୍ୱାସ୍ଥ୍ୟ ପକ୍ଷେ ହିତକାରୀ ନୁହେଁ। ଏହା ଖାଦ୍ୟ ପଦାର୍ଥରେ ମାଇକ୍ରୋନ୍ୟୁଟ୍ରିଏଂଟ୍ ଓ ଭିଟାମିନର ମାତ୍ରାକୁ କମାଇ ଓବେସିଟି ବା ମୋଟାପଣ ବୃଦ୍ଧି ହେବାର କାରଣ ହୋଇପାରେ।

ବଜାରରେ ବିକ୍ରି ହେଉଥିବା ମ୍ୟାଗି, ପନିର ବଟର ମସାଲା, ଗୁଲାମ ଜାମୁନ, ସୁପ୍‌, ଉପ୍ମା ଆଦି ବିଭିନ୍ନ ପ୍ରକାର ରେଡି-ଟୁ-ଇଟ୍ ସାମଗ୍ରୀକୁ ଅଧିକ ଦିନ ଯାଏଁ ଭଲ ରଖିବା ପାଇଁ ଅତ୍ୟଧିକ ଲୁଣ, ଆର୍ଟିଫିସିଆଲ୍ ପ୍ରିଜର୍ଭେଟିବ୍, କଲର୍ ଅତ୍ୟଧିକ ପରିମାଣରେ ବ୍ୟବହାର କରାଯାଏ।ମାଇକ୍ରୋ ନ୍ୟୁଟ୍ରିଏଂଟ ପରିମାଣ ବହୁତ କମ୍ ଥାଏ। ଯାହା ଛୋଟ ପିଲା ଓ ଯୁବପିଢ଼ିଙ୍କ ଶରୀରରେ ଭିଟାମିନ୍ ବି୧୨ର ଅଭାବ ସୃଷ୍ଟି କରେ।

ହାଇପର୍ ଟେନ୍ସନ୍ ଓ ଗ୍ୟାସ୍ଟ୍ରିକ୍ ଭଳି ସମସ୍ୟାର କାରଣ ହୁଏ।

Comment