ଓଡ଼ିଶାଲାଇଭ୍ ବ୍ୟୁରୋ

ଅର୍ଥନୈତିକ କ୍ଷେତ୍ରରେ ମୋଦି ସରକାରଙ୍କୁ ବଡ଼ ଝଟ୍‌କା ଲାଗିଛି। ୫.୮ ପ୍ରତିଶତରୁ ଜିଡିପି ଖସି ୫ ପ୍ରତିଶତରେ ପହଞ୍ଚିଛି। ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ଜିଡିପି ଥିଲା ୫.୮ ପ୍ରତିଶତ।

୨୦୧୨-୧୩ ବର୍ଷର ଏପ୍ରିଲରୁ ଜୁନ୍ ମାସ ଭିତରେ ଜିଡିପି ହାର ସର୍ବନିମ୍ନ ରହିଥିଲା। ଏହି ସମୟରେ ଜିଡିପି ହାର ୪.୯ ପ୍ରତିଶତ ରହିଥିଲା। ୨୦୧୯-୨୦ ଆର୍ଥିକ ବର୍ଷରେ ଭାରତର ଜିଡିପି ୬.୯ ପ୍ରତିଶତ ରହିବ ବୋଲି ଆର୍‌ବିଆଇ ଆକଳନ କରିଥିଲା।

ଚଳିତ ବର୍ଷ ଅଗଷ୍ଟ ମାସ ସୁଦ୍ଧା ଉତ୍ପାଦନ କ୍ଷେତ୍ରରେ ୦.୬ ପ୍ରତିଶତ, କୃଷି, ଜଙ୍ଗଲ ଓ ମତ୍ସ୍ୟ ବିଭାଗରେ ୨ ପ୍ରତିଶତ, ଖଣିରେ ୨.୭ ପ୍ରତିଶତ, କନଷ୍ଟ୍ରକ୍ସନରେ ୫.୭, ଫିନାନ୍ସିଆଲ ଏବଂ ରିଅଲଇଷ୍ଟେଟ୍‌ରେ ୫.୯ ପ୍ରତିଶତ ବୃଦ୍ଧି ହୋଇଛି।

Comment