ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରତି ମଣିଷର ଝାଳ ବାହାରିବା ସ୍ଵାଭାବିକ। ଏହି ଝାଳ ସାଧାରଣତଃ ମୁଣ୍ଡ, ପାଟି, କାଖ ଓ ପାଦରୁ ବାହାରିଥାଏ। ଝାଳ ଅଧିକାଂଶ ଲୋକଙ୍କର ଦୁର୍ଗନ୍ଧ ହୋଇଥାଏ। ଅତ୍ୟଧିକ ଗନ୍ଧ ବିଭିନ୍ନ ପ୍ରକାର ରୋଗର ସଙ୍କେତ ଦେଇଥାଏ। ଏହାକୁ ଅଣଦେଖା କରିବା ଅନୁଚିତ। ଆସନ୍ତୁ ଜାଣିବା କେଉଁ ଦୁର୍ଗନ୍ଧ କେଉଁଭଳି ରୋଗ ସମସ୍ୟା ଉପୁଜାଇପାରେ।

ପାଟି ଦୁର୍ଗନ୍ଧ : ଦାନ୍ତ ଘଷି ସାରିବା ପରେ ପାଟିରୁ ଦୁର୍ଗନ୍ଧ ଆସିବା ଏକ ସ୍ଵାଭାବିକ ସମସ୍ୟା ନୁହେଁ। ଏହାର କାରଣ ଦାନ୍ତ କିମ୍ବା ମାଢ଼ିରେ ସଂକ୍ରମଣ ଯୋଗୁଁ ହୋଇପାରେ। ଏହାଛଡ଼ା, ଏହା ଆସ୍ତାମା, ଧମନୀ ସଂକ୍ରମଣ, ଶ୍ଵାସ ସମ୍ବନ୍ଧୀୟ ରୋଗ, ସାଇନସ୍ କିମ୍ବା ଗଳାରେ ସଂକ୍ରମଣ ହେବା ଭଳି ସମସ୍ୟାର କାରଣ ହୋଇପାରେ। ପାଟିରୁ ମିଠାଳିଆ ଗନ୍ଧ ଆସୁଥିଲେ ତାହା ଡାଇବେଟିସ୍‌ର ସଙ୍କେତ ବୋଲି ଡାକ୍ତରମାନେ କହିଛନ୍ତି।

ପାଦ ଦୁର୍ଗନ୍ଧ : ଲମ୍ବା ସମୟ ଧରି ପାଦରେ ଜୋତା ମୋଜା ପିନ୍ଧି ରହିଲେ ଝାଳ ବାହାରିଥାଏ। ଫଳରେ ପାଦରୁ ଦୁର୍ଗନ୍ଧ ଆସେ। କିନ୍ତୁ ଜୋତା ନପିନ୍ଧିଲେ  ବି ସବୁବେଳେ ପାଦରୁ ଦୁର୍ଗନ୍ଧ ଆସୁଥିଲେ ଏହା ଫଙ୍ଗାଲ୍ ଇନ୍‌ଫେକ୍ସନ୍‌ର ସଙ୍କେତ। ପାଦରୁ ଚୋପା ଛାଡ଼ିବା, ନଖ ହଳଦିଆ ପଡ଼ି ରହିବା, ଆଙ୍ଗୁଳି ସନ୍ଦି ପାଣି ଖାଇବା ଭଳି ରହିବା, କୁଣ୍ଡେଇ ହେବା, ଲାଲି ପଡ଼ିବା, ଫୁଲିବା ଇତ୍ୟାଦି ଏହାର ଲକ୍ଷଣ। ଏହି ସବୁ ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ।

ମୁଣ୍ଡରୁ ଦୁର୍ଗନ୍ଧ: ଖରାରେ ବୁଲିଲେ କେଶ ତଥା ମୁଣ୍ଡ କୁଣ୍ଡିଆ ହୋଇ ଦୁର୍ଗନ୍ଧ ଆସେ। କିନ୍ତୁ ବାହାରକୁ ନ ଯାଇ ଘରେ ରହିଲେ ବି ଯଦି ଗନ୍ଧ ଆସୁଛି ତେବେ ଏହା ସେଭୋରିକ୍ ଇର୍ମଟୋଇଟିସ୍ କିମ୍ବା ଫଙ୍ଗାଲ ଇନ୍‌ଫେକ୍‌ସନ୍‌ର କାରଣ ହୋଇପାରେ।

ସେଭୋରିକ୍ ଇର୍ମଟୋଇଟିସ୍ ମୁଣ୍ଡରେ ହୋଇଥାଏ। ଏହା ସାଧାରଣତଃ ରୂପି ଭଳି ଦେଖାଦିଏ। ଏହା ସୋରାଏସିସ୍, ଏକ୍‌ଜିମା ତଥା ଆଲର୍ଜି ଭଳି କୁଣ୍ଡିଆ ରୋଗ ଭଳି ହୋଇଥାଏ।

Comment