ଓଡ଼ିଶାଲାଇଭ ବ୍ୟୁରୋ

କଳାହାଣ୍ଡି ଜିଲ୍ଲା କୋକସରା ନିକଟରେ ଏକ ବସ୍‌କୁ ଓଭରଟେକ କଲା ବେଳେ ବସ୍‌ରେ ପିଟି ହୋଇ ଜଣେ ଆଇଆରବି ଯବାନ ଓ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟ ହୋଇଛି। ଏହାସହ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ଆଇଆରବି ଯବାନ କ୍ଷୀରସିନ୍ଧୁ ଧରୁଆ ଓ ମୋଟେରୁ ଫାଣ୍ଡିର ହୋମ ଗାର୍ଡ ପୂର୍ଣ୍ଣ ନାଏକ।

କ୍ଷୀରସିନ୍ଧୁ କୋରାପୁଟରେ ପୋଷ୍ଟିଂ ଅଛନ୍ତି। ସେ ନୂଆଁଖାଇ ଛୁଟିରେ ଘରକୁ ଆସିଥିବା ବେଳେ ବନ୍ଧୁ ପିଣ୍ଟୁକୁ ଭେଟିବାକୁ ମୋଟେରୁ ଆସିଥିଲେ। ଏହି ସମୟରେ ପୂର୍ଣ୍ଣ ନାଏକ ତାଙ୍କୁ ଲିପ୍ଟ ମାଗିଥିଲେ। ତେବେ ତିନିଜଣ ଗୋଟିଏ ବାଇକରେ ବସି ଯିବା ବେଳେ ବସ୍‌କୁ ଓଭରଟେକ କରି ବସ୍ ରେ ପିଟି ହୋଇଯାଇଥିଲେ। ସେଠାରୁ ତାଙ୍କୁ ଉଦ୍ଧାର କରାଯାଇ କୋକସରା ଡାକ୍ତରଖାନା ପଠାଯାଇଥିଲା। ସେଠାରେ ଡାକ୍ତର ପୂର୍ଣ୍ଣ ନାଏକ ଓ କ୍ଷୀରସିନ୍ଧୁଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ବାଇକ କିଏ ଚାଲାଉଥିଲା ତାହା ଜଣା ପଡ଼ିନାହିଁ। ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ସହ ଚାକିରି ଦାବିରେ ସ୍ଥାନୀୟ ଲୋକ କୋକସରାଠାରେ ଏନଏଚ-୧୬କୁ ଅବରୋଧ କରିଛନ୍ତି।

Comment