ଓଡ଼ିଶାଲାଇଭ ବ୍ୟୁରୋ

ଦେଶର ଅର୍ଥନୀତିକୁ ନେଇ ମୋଦୀ ସରକାରକୁ ଟାର୍ଗେଟ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ଦେଶର ଅର୍ଥନୀତିକୁ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି। ଏହାସହ ଜିଏସିଟି ଓ ବିମୁଦ୍ରୀକରଣ ଯୋଗୁଁ ଦେଶର ଅର୍ଥନୀତି ବଟବଣା ହୋଇଛି ବୋଲି ସେ କହିଛନ୍ତି। ମନମୋହନ ସିଂହଙ୍କ ଏକ ଭିଡିଓକୁ ଜାତୀୟ କଂଗ୍ରେସ ତା’ ଟୁଇଟର ପେଜରେ ପୋଷ୍ଟ କରିଛନ୍ତି।


ଭିଡିଓରେ ମନମୋହନ ସିଂହ କହିଛନ୍ତି, “ ଜିଡିପି ୫ ପ୍ରତିଶତକୁ ଖସିଯିବା ଅତ୍ୟନ୍ତ ଚିନ୍ତାଜନକ କଥା। ଏହା ପ୍ରମାଣ କରୁଛି ଯେ ଦେଶ ଦୀର୍ଘ ମାନ୍ଦାବସ୍ଥା ଭିତରେ ଛନ୍ଦି ହୋଇଯାଇଛି। ଭାରତୀୟ ଅର୍ଥବ୍ୟବସ୍ଥା ଆଗକୁ ବଢ଼ିବାର କ୍ଷମତା ରହିଛି, ହେଲେ ମୋଦୀ ସରକାରଙ୍କ ଭୁଲ ବ୍ୟବସ୍ଥା ଯୋଗୁଁ ଏହା ସମ୍ଭବ ହେଉନାହିଁ। ଦେଶ ବର୍ତ୍ତମାନ ପର୍ଯ୍ୟନ୍ତ ବିମୁଦ୍ରିକରଣ ଓ ଜିଏସଟିର କ୍ଷତିରୁ ବାହାରି ପାରିନି।”

ସେ ଆହୁରି ମଧ୍ୟ କହିଛନ୍ତି, “ଅନେକ ସଂସ୍ଥା ବିପଦରେ ରହିଛି। ସରକାର ରିଜର୍ଭ ବ୍ୟାଙ୍କରୁ ୧କୋଟି ୭୬ ଲକ୍ଷ ଟଙ୍କତ ନେଇଛନ୍ତି। ହେଲେ ତାଙ୍କ ପାଖରେ ଯୋଜନା ନାହିଁ ଏହାକୁ କାର୍ଯ୍ୟକାରୀ କରିବାକୁ।ଏଭଳି ସ୍ଥିତିରେ ବିଦେଶୀ କମ୍ପାନି ମଧ୍ୟ ପୁଞ୍ଜି ନିବେଶ କରିବାକୁ ପଛ ଘୁଞ୍ଚା ଦେବେ। ଯାହା ସବୁଠାରୁ ଚିନ୍ତା ଜନକ ବିଷୟ। ଦେଶର ରାଜସ୍ଵ କର ଆଦାୟ ବି ସବୁଠାରୁ କମ୍‌।”

ବିରୋଧୀ ଦଳ ଦୁର୍ବଳ ଅର୍ଥନୀତି ପ୍ରସଙ୍ଗରେ ମନମୋହନ ସିଂହଙ୍କ ଏହି ଭିଡିଓ କରି ମୋଦୀ ସରକାରଙ୍କୁ ଟାର୍ଗେଟ କରିଛି।

Comment