ଓଡ଼ିଶାଲାଇଭ ବ୍ୟୁରୋ

ଓଡିଶାର ଲୋକପ୍ରିୟ ‘ଦ୍ୱିତୀୟ ଦଧୀଚି ପ୍ରତିଭା ସମ୍ମାନ-୨୦୧୯’ ଦଧୀଚି ଏଜୁକେସନାଲ ଟ୍ରଷ୍ଟ ଦ୍ୱାରା ଆୟୋଜିତ ହେବାକୁ ଯାଉଛି। ଏହି ଦ୍ୱିତୀୟ ସମ୍ମାନ ଉତ୍ସବ ଆସନ୍ତା ମାସ ୩ ତାରିଖରେ ଭୁବନେଶ୍ୱରସ୍ଥିତ ହୋଟେଲ ସ୍ୱସ୍ତି ପ୍ରିମିୟମ୍‌ଠାରେ ହେବ ବୋଲି ଦଧୀଚି ଶିକ୍ଷା ଅନୁଷ୍ଠାନ ପକ୍ଷରୁ ଏକ ସାମ୍ଵାଦିକ ସମ୍ମିଳନୀରେ କୁହାଯାଇଛି। ଏହି ସମ୍ମିଳନୀ ଶିକ୍ଷାନୁଷ୍ଠାନର ଅଧକ୍ଷ ଡକ୍ଟର ମନୋଜ କୁମାର ଦାଶ, ପରିଚାଳନା ଟ୍ରଷ୍ଟି ବବିତା ଦାଶ, ଉପଦେଷ୍ଟା ପଣ୍ଡିତ ମାତୃ ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

କଟକ ସୁନ୍ଦରଗ୍ରାମସ୍ଥିତ ଦଧୀଚି ଶିକ୍ଷା ଅନୁଷ୍ଠାନର ପ୍ରତିଷ୍ଠା ଦିବସ ଅବସରରେ ଏହିଭଳି ସୁନ୍ଦର ପ୍ରୟାସ କରାଯାଉଛି ଯେଉଁଠି ଓଡିଶାର ୧୧ଟି କ୍ଷେତ୍ରରେ ସମ୍ମାନପୂର୍ଣ୍ଣ କାର୍ଯ୍ୟପାଇଁ ୧୧ ଜଣ ବ୍ୟକ୍ତିଙ୍କୁ ଶିକ୍ଷାନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯିବ। ସେମାନଙ୍କ ମଧ୍ୟରୁ ୪ଜଣ ହେଲେ କିଟ୍ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ(ଦଧୀଚି ଶିକ୍ଷ୍ୟା ଜ୍ୟୋତି ସମ୍ମାନ), ଏମ୍ସର୍ ଏନ୍ଥେସିଓଲୋଜି ବିଭାଗୀୟ ମୁଖ୍ୟ ତଥା ପ୍ରଫେସର ଡାକ୍ତର ସୁକଦେବ ନାୟକ(ଦଧୀଚି ଚିକିତ୍ସା ଜ୍ୟୋତି ସମ୍ମାନ), ବିଶିଷ୍ଟ ଉଦ୍ୟୋଗପତି ନିର୍ଦ୍ଦେଶକ ଡକ୍ଟର ଶରତ କୁମାର ସାହୁ (ଦଧୀଚି ଶିଳ୍ପ ଜ୍ୟୋତି ସମ୍ମାନ)ଏବଂ ବିଶିଷ୍ଟ ବୈଜ୍ଞାନିକ ତଥା ଆଇ.ଟି.ଆର ଚାନ୍ଦିପୁରର ନିର୍ଦ୍ଦେଶକ ଡକ୍ଟର ବିନୟ କୁମାର ଦାସ(ଦଧୀଚି ବିଞ୍ଜାନ ଜ୍ୟୋତି ସମ୍ମାନ)।

ଏହି ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମରେ ରାଜ୍ୟ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏବଂ ଜଳ ସଂପଦ ତଥା ସୂଚନା ଓ ଲୋକ ସଂର୍ପକ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ଉପସ୍ଥିତ ରହିବେ।ଏହାଛଡ଼ା ମୁଖ୍ୟ ବକ୍ତାଭାବେ ସମାଜ ଖବର କାଗଜର ପ୍ରିଣ୍ଟର ଓ ପବ୍ଳିସର ନିରଞ୍ଜନ ରଥ। ସମ୍ମନନିୟ ଅତୀଥି ଭାବେ ବି.ପି.ୟୁ.ଟିର ଉପକୁଳପତି ଡକ୍ଟର ଚିତରଞ୍ଜନ ତ୍ରିପାଠୀ, ଯାଜପୁର ଜିଲ୍ଳାପାଳ ରଞ୍ଜନ କୁମାର ଦାଶ ଓ ପ୍ରମେୟ ଖବର କାଗଜର ସମ୍ପାଦକ ଶ୍ରୀଯୁକ୍ତ ଗୋପାଳ କୃଷ୍ଣ ମହାପାତ୍ର ଯୋଗଦେବେ।

ଏନେଇ ଦଧୀଚି ଶିକ୍ଷାନୁଷ୍ଠାନର ଅଧକ୍ଷ ଡକ୍ଟର ମନୋଜ କୁମାର ଦାଶ କହିଛନ୍ତି, “ନିରନ୍ତର ରୂପେ ସମାଜ ପ୍ରତି ତ୍ୟାଗ ବା ନିଷ୍ଠାଥିବା ବ୍ୟକ୍ତିକୁ ଚିହ୍ନଟ୍ କରିବା ଦଧୀଚି ଶିକ୍ଷାନୁଷ୍ଠାନର ପ୍ରଥମ ଲକ୍ଷ୍ୟ। ଏଥିସହିତ ଏହି ସମ୍ମାନ ସମସ୍ତ ନାଗରିକମାନଙ୍କୁ ସମାଜର ବିଭିନ୍ନ ଦିଗରେ ପ୍ରତିଶୃତିବଦ୍ଦ ଭାବେ କାର୍ଯ୍ୟ କରିବାପାଇଁ ପ୍ରୋତ୍ସାହନ ସୃଷ୍ଠିକରିବ।“

କଟକ ସୁନ୍ଦରଗ୍ରାମସ୍ଥିତ ଦଧୀଚି ଶିକ୍ଷାନୁଷ୍ଠାନ ଆନୁକୁଲ୍ୟରେ ଦଧୀଚି ପ୍ରତିଭା ସମ୍ମାନ-୨୦୧୯ ଅନୁଷ୍ଠିତ ହୋଇଆସୁଅଛି। ଏହି ଟ୍ରଷ୍ଟ ଅଧିନରେ ୫ଟି ଭିନ୍ନ ଭିନ୍ନ ଶିକ୍ଷ୍ୟାନୁଷ୍ଠାନ ରହିଛି ଦଧୀଚି ଫାର୍ମାସି କଲେଜ, ଆରିୟାନ ଇନଷ୍ଟିଚ୍ୟୁଟ ଅଫ୍ ଇଞ୍ଜିନିୟରିଙ୍ଗ ଏଣ୍ଡ ଟେକ୍ନୋଲୋଜି, ଏକାଡେମିଆ ଇଣ୍ଟରନ୍ୟାସନାଲ କଲେଜ ଅଫ୍ ସାଇନ୍ସ୍, ଦଧୀଚି ଇଣ୍ଡଷ୍ଟ୍ରିଆଲ ଟ୍ରେନିଙ୍ଗ ସେଣ୍ଟର ଓ ଦଧୀଚି ପବ୍ଳିକ ସ୍କୁଲ। ଏହି ବାର୍ଷିକ ପୁରଷ୍କାର ବିତରଣୀ ଉତ୍ସବରେ ଓଡିଶାର ବିଭିନ୍ନ ଦିଗରେ ବିଜ୍ଞ ଏବଂ ଜଣାଶୁଣା ବ୍ୟକ୍ତିତ୍ୱଙ୍କ ଉଦ୍ୟମ ଏବଂ ଯୋଗଦାନ ପାଇଁ ସେମାନଙ୍କୁ ଦଧୀଚି ଶିକ୍ଷାନୁଷ୍ଠାନ ତରଫରୁ ପୁରସ୍କୃତ କରାଯିବ।

Comment