ଓଡ଼ିଶାଲାଇଭ୍ ବ୍ୟୁରୋ

ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏହି ପ୍ରସିଦ୍ଧ ଗଣପର୍ବରେ ମା’ ସମଲେଶ୍ଵରୀଙ୍କ ପାଖରେ ଲାଗି ହେବ ନବାନ୍ନ।

ଧାର୍ଯ୍ୟ ହୋଇଥିବା ଲଗ୍ନ ଅନୁସାରେ ସକାଳ ୧୦ଟା ୫ରୁ ୧୦ଟା ୨୦ ମଧ୍ୟରେ ଠାକୁରାଣୀଙ୍କ ପାଖରେ ନବାନ୍ନ ଲାଗି କରାଯିବ।

ମା’ ସମଲେଶ୍ଵରୀଙ୍କ ପାଖରେ ନବାନ୍ନ ଲାଗୁ ହେବା ପରେ ଅନ୍ୟ ଦେବାଦେବୀ ମନ୍ଦିରରେ ଭୋଗ ଲାଗି ହୋଇଥାଏ। ଏହି ଗଣପର୍ବରେ ସମସ୍ତେ ନୂଆ ଲୁଗା ଖାଇ ନବାନ୍ନ ଖାଇଥାନ୍ତି।

ପଶ୍ଚିମଓଡ଼ିଶାର ସମ୍ବଲପୁର, ସୁନ୍ଦରଗଡ଼, କଳାହାଣ୍ଡି, ବଲାଙ୍ଗିର, ବରଗଡ଼, ସୁବର୍ଣ୍ଣପୁର, ଦେବଗଡ଼, ଝାରସୁଗୁଡ଼ା ପ୍ରମୁଖ ଜିଲ୍ଲାରେ ଧୁମଧାମରେ ପାଳନ କରାଯାଇଥାଏ।

Comment