ଓଡ଼ିଶାଲାଇଭ ବ୍ୟୁରୋ

ଏସସି, ଏସଟି, ଅନ୍ୟାନ୍ୟ ପଛୁଆ ବର୍ଗ, ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ଅନଗ୍ରସର ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ସ୍କଲାରସିପ୍‌ ଉପଲବ୍ଧ ହୋଇଛି। ୨୦୧୯-୨୦ ବର୍ଷ ପାଇଁ ଉଚ୍ଚଶିକ୍ଷାରେ ନାମଲେଖାଇ ଥିବା ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିପାରିବେ। ତେବେ ଆବେଦନ ପାଇଁ ଅନଲାଇନ ଦରଖାସ୍ତ ପଞ୍ଜୀକରଣ, ଯାଞ୍ଚ, ମଞ୍ଜୁରୀ ଇତ୍ୟାଦି ସଂପର୍କରେ ପ୍ରେରଣା ଇ-ସ୍କଲାର ପୋର୍ଟାଲ ମାଧ୍ୟମରେ ଜାଣିପାରିବେ।

ସ୍କଲାରସିପ ପାଇଁ ଛାତ୍ରଛାତ୍ରୀଙ୍କ ଯୋଗ୍ୟତା

– ସମସ୍ତ ଯୋଗ୍ୟ ଏସସି/ଏସଟି/ଅନ୍ୟାନ୍ୟ ପଛୁଆ ବର୍ଗ ଓ ସାମାଜିକ, ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀ ଓଡ଼ିଶାର ସ୍ଥାୟୀ ଅଧିବାସୀ ହୋଇଥିବା ଆବଶ୍ୟକ

– ସେ ସରକାରୀ ଓ ସରକାରୀ ସ୍ଵୀକୃତି ପ୍ରାପ୍ତ ଶିକ୍ଷାନୁଷ୍ଠାନରେ ଜେନେରାଲ, ଟେକ୍ନିକାଲ ଓ ପ୍ରଫେସନାଲ କୋର୍ସରେ ଉଚ୍ଚଶିକ୍ଷା ପାଇଁ ଅଧ୍ୟୟନ କରୁଥିବା ଆବଶ୍ୟକ।

– ଏସସି/ଏସଟି ଛାତ୍ରଛାତ୍ରୀଙ୍କ ପରିବାରର ବାର୍ଷିକ ଆୟ ୨ଲକ୍ଷ ୫୦ ହଜାରରୁ ଅଧିକ ହୋଇନଥିବ।

– ଅନ୍ୟାନ୍ୟ ପଛୁଆ ବର୍ଗର ଛାତ୍ରଛାତ୍ରୀମାନଙ୍କ ପରିବାରର ବାର୍ଷିକ ଆୟ ୧ ଲକ୍ଷ ୫୦ ହଜାରରୁ ଅଧିକ ହୋଇନଥିବ ଓ ପୂର୍ବ ପରୀକ୍ଷାରେ ୫୦ ପ୍ରତିଶତ ନମ୍ଵର ରଖିଥିବା ଆବଶ୍ୟକ।

– ଆର୍ଥିକ କ୍ଷେତ୍ରରେ ଅନଗ୍ରସର ଛାତ୍ରଛାତ୍ରୀଙ୍କ ପରିବାରର ବାର୍ଷିକ ଆୟ ୧ଲକ୍ଷରୁ ଅଧିକ ହୋଇନଥିବ। ସେ କେବଳ ସରକାରୀ ଶିକ୍ଷାନୁଷ୍ଠାନରେ ଅଧ୍ୟନ କରିଥିଲେ ଏହି ସ୍କଲାରସିପ ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ।

ପଞ୍ଜୀକରଣ କରିବାର ତାରିଖ

-ଆବେଦନ ପାଇଁ ପ୍ରେରଣ ପୋର୍ଟାଲ ଖୋଲିବାର ତାରିଖ – ୪.୦୯.୨୦୧୯(ରାଜ୍ୟରେ ପଢୁଥିବା ଛାତ୍ରଛାତ୍ରୀ), ୦୪.୦୯.୨୦୧୯(ରାଜ୍ୟ ବାହାରେ ପଢୁଥିବା ଛାତ୍ରଛାତ୍ରୀ)

-ଆବେଦନ କରିବାର ଶେଷ ତାରିଖ – ୩୧.୧୦.୨୦୧୯(ରାଜ୍ୟରେ ପଢୁଥିବା ଛାତ୍ରଛାତ୍ରୀ), ୩୧.୧୦.୨୦୧୯(ରାଜ୍ୟ ବାହାରେ ପଢୁଥିବା ଛାତ୍ରଛାତ୍ରୀ)

-ହାର୍ଡକପି ଦାଖଲ କରିବାର ଶେଷ ତାରିଖ – ୧୫.୧୧.୨୦୧୯(ରାଜ୍ୟରେ ପଢୁଥିବା ଛାତ୍ରଛାତ୍ରୀ), ୩୦.୧୧.୨୦୧୯(ରାଜ୍ୟ ବାହାରେ ପଢୁଥିବା ଛାତ୍ରଛାତ୍ରୀ)

-ଶିକ୍ଷାନୁଷ୍ଠାନ ଦ୍ଵାରା ଦରଖାସ୍ତ ଯୋଞ୍ଚ କରାଯାଇ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ନିକଟକୁ ପଠାଇବାର ଶେଷ ତାରିଖ – ୧୫.୧୨.୨୦୧୯(ରାଜ୍ୟରେ ପଢୁଥିବା ଛାତ୍ରଛାତ୍ରୀ), ୩୦.୧୨.୨୦୧୯(ରାଜ୍ୟ ବାହାରେ ପଢୁଥିବା ଛାତ୍ରଛାତ୍ରୀ)

-ଅନୁଷ୍ଠାନ ଦ୍ଵାରା ଦରଖାସ୍ତର ହାର୍ଡ କପିକୁ ଜିଲ୍ଲା ଅଧିକାରୀଙ୍କ ନିକଟକୁ ପଠାଇବା ଶେଷ ତାରିଖ – ୩୦.୧୧.୨୦୧୯(ରାଜ୍ୟରେ ପଢୁଥିବା ଛାତ୍ରଛାତ୍ରୀ), ୧୫.୧୨.୨୦୧୯(ରାଜ୍ୟ ବାହାରେ ପଢୁଥିବା ଛାତ୍ରଛାତ୍ରୀ)

ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଦ୍ଵାରା ଦରଖାସ୍ତକୁ ଅନଲାଇନ ମଞ୍ଜୁର କରିବାର ଶେଷ ତାରିଖ – ୩୧.୧୨.୨୦୧୯(ରାଜ୍ୟରେ ପଢୁଥିବା ଛାତ୍ରଛାତ୍ରୀ), ୧୦.୦୧.୨୦୨୦(ରାଜ୍ୟ ବାହାରେ ପଢୁଥିବା ଛାତ୍ରଛାତ୍ରୀ)

ଜରୁରୀ ସୂଚନା

ଛାତ୍ରଛାତ୍ରୀମାନେ ପ୍ରେରଣା ହୋମ ପେଜରେ ବ୍ୟାଙ୍କ ଆକାଉଣ୍ଟ ଆଡଭାଇଜରି ଓ ବିଜ୍ଞପ୍ତିକୁ ଭଲ ଭାବରେ ପଢ଼ି ଦରଖାସ୍ତ ପଞ୍ଜିକରଣ କରିବେ।

-ଆବେଦନକାରୀ ଓ ଶିକ୍ଷାନୁଷ୍ଠାନମାନେ ସ୍ଵୀକୃତ ଦରଖାସ୍ତ ନକଲ ପଠାଇବାର ଶେଷ ତାରିଖକୁ ଅପେକ୍ଷା ନକରି ପଞ୍ଜିକରଣ ଓ ଦରଖାସ୍ତ ଗ୍ରହଣର ୭ ଦିନ ମଧ୍ୟରେ ଜିଲ୍ଲାମଙ୍ଗଳ ଅଧିକାରୀଙ୍କ ନିକଟରେ ଦରଖାସ୍ତ ଗ୍ରହଣ କରିବେ।

-ଯେଉଁ ଛାତ୍ରଛାତ୍ରୀ ପୂର୍ବ ବର୍ଷ ପଞ୍ଜୀକରଣରୁ ବଞ୍ଚିତ ହୋଇଥିଲେ, ସେମାନେ ଏହି ବର୍ଷ ପଞ୍ଜୀକରଣ କରିପାରିବେ।

Comment