ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଗରିବ ବର୍ଗରୁ ଆସୁଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କ ପାଇଁ ମାଗଣା ଜେଇଇ ଓ ନିଟ୍ କୋଚିଂର ସୁବର୍ଣ୍ଣ ସୁଯୋଗ ରହିଛି। ଭାରତ ଓ ଆମେରିକାରେ ସକ୍ରିୟ ଥିବା ସ୍ୱେଚ୍ଛାସେବୀ ସଂସ୍ଥା ‘ଇନ୍‌ସ୍ପାୟାର ଅପ୍’ ପକ୍ଷରୁ ସିଗ୍‌ମା ଏକାଡେମୀ ସହଯୋଗରେ ପ୍ରତିବର୍ଷ ଏହି ସେବା ଯୋଗାଯାଉଛି।

ଚଳିତବର୍ଷ କୋଚିଂ ପାଇଁ ଛାତ୍ରଛାତ୍ରୀଙ୍କୁ ଚୟନ କରିବା ପାଇଁ ମେ’ ୫ ତାରିଖ ରବିବାର ଦିନ ଏକ ବୃତ୍ତି ପରୀକ୍ଷା ଅନୁଷ୍ଠିତ ହେବ। ଭୁବନେଶ୍ୱର ଇନ୍‌ଫୋସିଟି ସ୍ଥିତ ସିଗ୍‌ମା ଏକାଡେମୀରେ ମଧ୍ୟାହ୍ନ ୧୨ଟା ବେଳେ ଏହି ପରୀକ୍ଷା କରାଯିବା।

ଉକ୍ତ ପରୀକ୍ଷା ଦେବାପାଇଁ ଛାତ୍ରଛାତ୍ରୀମାନେ inspireupngo@gmail.comରେ ଇ-ମେଲ୍ ଯୋଗେ ଆବେଦନ କରିପାରିବେ। ଏଥିରେ ସେମାନେ ନିଜ ପରିଚୟ ଏବଂ ଶିକ୍ଷାଗତ ସୂଚନା ଦେଇ ଆବେଦନ କରିପାରିବେ। ଏହି ପରୀକ୍ଷା ସମ୍ପୂର୍ଣ ମାଗଣା ରହିବ।

ତେବେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ପରିବାରର ଭେରିଫିକେସନ କରାଯିବ। ଏହାପରେ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସିଗ୍‌ମା ଏକାଡେମୀରେ ଜେଇଇ ଓ ନିଟ୍ କୋଚିଂ ଦିଆଯିବ।

ଅନ୍ୟପଟେ ଚୟନ ହେଉଥିବା ଛାତ୍ରଛାତ୍ରୀଙ୍କୁ ବିନା ଦେୟରେ କୋଚିଂ ସହିତ ଉଚ୍ଚତର ଶିକ୍ଷା ପାଇଁ ସହାୟତା ମଧ୍ୟ ଦିଆଯାଉଛି। ଏହି ବୃତ୍ତି ପରୀକ୍ଷାର ଅଧିକ ସୂଚନା ପାଇଁ ଛାତ୍ରଛାତ୍ରୀମାନେ ୮୨୮୦୨୪୧୮୩୩ ନମ୍ବରରେ ଯୋଗାଯୋଗ କରିପାରିବେ ନଚେତ୍ ସିଧାସଳଖ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ପରୀକ୍ଷା ଦେଇପାରିବେ।

Tags: #FreeJeeNeetCoaching #InspireUp #Scholarship #Students #Odisha

LEAVE A REPLY

Please enter your comment!
Please enter your name here