ଓଡ଼ିଶାଲାଇଭ ବ୍ୟୁରୋ

ଭାରତ ପାକିସ୍ତାନ କ୍ରିକେଟମ୍ୟାଚ କ୍ଷେତ୍ରରେ ଅନେକ ସମୟରେ ବିବାଦ ଦେଖିବାକୁ ମିଳିଛି। କେବଳ କ୍ରିକେଟ ନୁହେଁ ଦେଶ ବିଭାଜନ ପରଠୁ ଅନେକ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ବିବାଦ ଦେଖାଯାଏ। ତାହା ମଧ୍ୟରୁ କ୍ରିକେଟ ଅନ୍ୟତମ। ଭାରତ-ପାକିସ୍ତାନ କ୍ରିକେଟ କ୍ଷେତ୍ରରେ ପାରମ୍ପରିକ ପ୍ରତିଦ୍ଵନ୍ଦୀ।

ଯେତେବେଳେ ଦୁଇ ଦେଶ ମଧ୍ୟରେ କ୍ରିକେଟ ଖେଳ ହୁଏ କେବଳ ବିବାଦ ପାଇଁ ଏହି ମ୍ୟାଚ ଲୋକପ୍ରିୟ ହୋଇଥାଏ। ଅବଶ୍ୟ ବର୍ତ୍ତମାନ ଏହା କମିଗଲାଣି ମାତ୍ର କ୍ରିକେଟ ଇତିହାସରେ କିଛି ମ୍ୟାଚରେ ଦୁଇ ଦେଶର ଖେଳାଳିଙ୍କ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିଥାଏ। ତେବେ ଆସନ୍ତୁ ଜାଣିବା ସେମତି କିଛି ମ୍ୟାଚରେ ଖେଳାଳିଙ୍କ ମଧ୍ୟରେ ହୋଇଥିବା ଝଗଡ଼ା।

ଜାଭେଦ ମିଆଁଦାଦ–କିରନ ମୁରେ

ବିବାଦ ମଧ୍ୟରୁ ୧୯୯୨ ବିଶ୍ଵକପରେ ହୋଇଥିବା ଝଗଡ଼ା ଟିକେ ମଜାଦାର ଥିଲା। ପାକିସ୍ତାନର ଜାଭେଦ ମିଆଁଦାଦ ବ୍ୟାଟିଂ କରୁଥିବା ସମୟରେ ଏକ ବଲ ଓ୍ଵିକେଟ କିପର ହାତକୁ ଯାଇଥିଲା। ଭାରତୀୟ କିପର ଏହାକୁ ଆଉଟ କହି ଅପିଲ କରିଥିଲେ ମାତ୍ର ଅମ୍ପୟାର ଏହା ମନା କରିଦେଇଥିଲେ। ଏହା ପରେ ଭାରତୀୟ କିପର କିରନ ମୁରେଙ୍କୁ ଚିଡ଼ାଇବା ପାଇଁ ମିଆଁଦାଦ ଗୋଟେ ମଜାଳିଆ ଢଙ୍ଗରେ ଉପରକୁ ତଳ ଡିଁଆ ମାରିଲେ। ପରେ ଦୁଇ ଜଣଙ୍କ ମଧ୍ୟ ଯୁକ୍ତି ମଧ୍ୟ ହୋଇଥିଲେ। ଶେଷରେ ଏହି ମ୍ୟାଚକୁ ଭାରତ ଜିତିଥିଲେ ମଧ୍ୟ ପୂରା ବିଶ୍ଵ ଏହାକୁ ମନେରଖିଥିଲା।

ଇଶାନ୍ତ ଶର୍ମା – କମରାନ ଆକମଲ

୨୦୧୨ରେ ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ୨ଟି ଟି-୨୦ ମ୍ୟାଚର ପ୍ରଥମ ମ୍ୟାଚ ବହୁତ ସଂଘର୍ଷପୂର୍ଣ୍ଣ ରହିଥିଲା। ୧୩୩ ରନ ପିଛା କରିଥିବା ପାକିସ୍ତାନ ଦଳକୁ ଭାରତୀୟ ବୋଲର ଚିନ୍ତାରେ ପକାଇ ଦେଇଥିଲେ। ଇଶାନ୍ତ ଶର୍ମା ୧୮ ଓଭରରେ ମହମ୍ମଦ ହାଫିଜ ଓ ପରେ ସୋଏବ ମଲ୍ଲିକଙ୍କୁ ଆଉଟ କରିଥିଲେ। ପରବର୍ତ୍ତି ବଲରେ କାମରାନ ଆକମଲଙ୍କୁ ଆଉଟ କରି କିଛି କହିଥିଲେ ଇଶାନ୍ତ ଶର୍ମା। ଏହାକୁ ନେଇ ଆରମ୍ଭ ହୋଇଥିଲା ଝଗଡ଼ା। ସେଠାରେ ଥିବା ଅମ୍ପାୟାର ଓ ଖେଳାଳି ସ୍ଥିତିକୁ ସମ୍ଭାଳିଥିଲେ।

ସାହିଦ ଆଫ୍ରିଦ-ଗୌତମ ଗମ୍ଭୀର

୨୦୦୭ରେ ଦୁଇ ଦେଶ ମଧ୍ୟରେ ଖେଳାଯାଇଥିବା ଦିନିକିଆ ମ୍ୟାଚରେ ଆଫ୍ରିଦି ଓ ଗମ୍ଭୀରଙ୍କ ମଧ୍ୟରେ ବିବାଦ ହୋଇଥିଲା। ପ୍ରଥମେ ଏକ ଚୌକା ମାରି ଗୌତମ ଗମ୍ଭୀର ଓ ଆଫ୍ରିଦିଙ୍କ ମଧ୍ୟରେ ଲଢେଇ ଆରମ୍ଭ ହୋଇଥିଲା। ପରେ ରନ ନେବା ସମୟରେ ଗମ୍ଭୀର ଓ ଆଫ୍ରିଦି ପରସ୍ପର ସହ ଧକ୍କା ହୋଇଥିଲେ ଫଳରେ ଜାଣିଶୁଣି ଆଫ୍ରିଦି ତଳେ ପଡ଼ିଯାଇଥିଲେ। ଏହାପରେ ଦୁଇ ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିଯୋଗୁଁ ଦୁଇ ଖେଳାଳିଙ୍କ ମ୍ୟାଚ ଫିସ କଟାଯାଇଥିଲା।

ହରଭଜନ ସିଂ-ସୋଏବ ଅଖତର

ସମସ୍ତ ମ୍ୟାଚ ମଧ୍ୟରେ ୨୦୧୦ରେ ହୋଇଥିବା ଏହି ମ୍ୟାଚ ମଧ୍ୟ ବିବାଦୀୟ ରହିଥିଲା। ଏଥିରେ ମୁହାଁମୁହିଁ ହୋଇଥିଲେ ସୋଏବ ମଲ୍ଲିକ ଓ ହରଭଜନ ସିଂ। ୪ ଓଭରରେ ୪୭ ରନ ଆବଶ୍ୟକ ହେଉଥିବା ବେଳେ ଧୁଆଁଧାର ବ୍ୟାଟିଂ କରି ଦଳକୁ ବିଜୟୀ କରାଇଥିଲେ ହରଭଜନ। ଏଥିରେ ଅଖତରଙ୍କୁ ବାଉଣ୍ଡ୍ରି ମାରିଥିବାରୁ ଅଖତର ଏହାକୁ ସହଜରେ ଗ୍ରହମ କରିପାରିନଥିଲେ ଫଳରେ ଯୁକ୍ତିତର୍କ ହୋଇଥିଲା।

Comment