ଓଡ଼ିଶାଲାଇଭ ବ୍ୟୁରୋ

ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏନେଇ ପଶ୍ଚିମ ଓଡ଼ିଶା ଉତ୍ସବମୁଖର ହୋଇଛି। ଏଥିପାଇଁ ଆଜି ସମ୍ଵଲପୁରର ମା’ ସମଲେଶ୍ଵରୀଙ୍କ ପାଖରେ ୧୦ଟା ୧୫ ମିନିଟରେ ନବାନ୍ନ ଲାଗି ହୋଇଛି। ତେଣେ ନୂଆଁଖାଇ ପାଇଁ ଘରେ ଘରେ ପ୍ରସ୍ତୁତି ଶେଷ ହୋଇଛି। ଘରଠାରୁ ବାହାରେ ରହୁଥିବା ସଦସ୍ୟ ନୁଆଁଖାଇବା ପାଇଁ ଏକାଠି ହୋଇଛନ୍ତି। ଅନ୍ୟପକ୍ଷରେ ବଲାଙ୍ଗିରର ସମଲେଇ ମନ୍ଦିର ଓ ପାଟଣାଗଡ଼ର ପାଟଣେଶ୍ଵରୀଙ୍କ ପାଖରେ ମଧ୍ୟ ନବାନ୍ନ ଲାଗି ହୋଇଛି।

ତେବେ ଗତକାଲିଠାରୁ ନବାନ୍ନ ଲାଗି ପାଇଁ ଆବଶ୍ୟକୀୟ ସାମଗ୍ରୀ କିଣିବାକୁ ବଜାରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଏନେଇ ବିଭିନ୍ନ ସ୍ଥାନରେ ‘ତିହାର ବଜାର’ ମଧ୍ୟ ବସିଥିଲା। ବିଭିନ୍ନ ଛକରୁ ନୂଆଁଖାଇ ଝାଡ଼ୁ, ମାଟିପାତ୍ର, କୁଲେଇ, ଖଡ଼ିକା, ନୂଆଁ ଧାନ କେଣ୍ଡା, ଚୁଡ଼ା, ଗୁଡ଼, ରାକ୍ଷୀ ଆଦି ସାମଗ୍ରୀ ବିକ୍ରି କିଣୁଛନ୍ତି ଲୋକେ।

ନୂଆଁଖାଇ ପରେ ଆରମ୍ଭ ହେବ ଜୁହାର ଭେଟ ଘାଟ। ଏନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ନାଚ ଗୀତର ଅଭ୍ୟାସ ମଧ୍ୟ ହୋଇଛି।

Comment