ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ୠଷ୍ ଗସ୍ତ କରିଛନ୍ତି। ମଙ୍ଗଳବାର ବଳମ୍ବିତ ରାତିରେ ମୋଦୀ ୠଷର ବ୍ଲାଦିବୋସ୍ତୋକ ସହରରେ ପହଁଚିଛନ୍ତି। ମୋଦୀ ୠଷରେ ପହଞ୍ଚିବା ପେର ସେଠାରେ ତାଙ୍କ ସ୍ୱାଗତ କରାଯାଇଥିଲା। ବୁଧବାର ମୋଦୀ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗ ଦେବେ।

ରାଷ୍ଟ୍ରପତି ବ୍ଲାଦିମର ପୁତିନଙ୍କ ମୋଦୀ ଦ୍ୱିପାକ୍ଷିକ ଆଲୋଚନା କରିବେ। ଗୁରୁବାର ମୋଦୀ ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମ୍‌ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ।

ମୋଦୀଙ୍କ ଏହି ଯାତ୍ରାରେ ନ୍ୟୁକ୍ଲିୟର କର୍ପୋରେସନ ଉପରେ ଫୋକସ୍‌ ରହିବ। ଏହା ବ୍ୟତୀତ କେତେକ ବେସାମରିକ ଚୁକ୍ତି ମଧ୍ୟ ହୋଇପାରେ। ୨୦୨୫ ସୁଦ୍ଧା ଭାରତ ଓ ୠଷର ବ୍ୟବସାୟିକ ସଂପର୍କ ଆହୁରି ମଜବୁତ କରିବା ପାଇଁ ଆଲୋଚନା ହେବ।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟିବା ପରେ ପରବର୍ତ୍ତୀ ସ୍ଥିତି ସଂପର୍କରେ ମୋଦୀ ପୁତିନଙ୍କୁ ଅବଗତ କରାଇବେ। ଆତଙ୍କବାଦ ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।

LEAVE A REPLY

Please enter your comment!
Please enter your name here