ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଧୁମଧାମରେ ଗଣପତିଙ୍କ ପୂଜା ଅର୍ଚ୍ଚନା କରିବା ପରେ ଗଣପତି ବପ୍ପାଙ୍କୁ ବିଦାୟୀ ଦେଇଛନ୍ତି। ଭାରି ବର୍ଷାରେ ଶିଳ୍ପା ଓ ତାଙ୍କ ପରିବାର ଜବରଦସ୍ତ ଡ୍ୟାନ୍ସ କରି ଭଗବାନ ଗଣେଶଙ୍କୁ ବିସର୍ଜନ କରିଛନ୍ତି।
ଗଣପତିଙ୍କ ବିସର୍ଜନ ସମୟରେ ଶିଳ୍ପା ସ୍ୱାମୀ ରାଜ କୁନ୍ଦ୍ରା ଓ ପୁତ୍ର ଭିଆନଙ୍କ ହସ ଜବରଦସ୍ତ ଠୁମକା ଲଗାଇଥିଲେ। ଏହାର ଭିଡିଓକୁ ଶିଳ୍ପା ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।
ଗଜାନନଙ୍କ ବିସର୍ଜନ ସମୟରେ ଶିଳ୍ପା ସମ୍ପୂର୍ଣ୍ଣ ପାରମ୍ପରିକ ବେଶଭୂଷାରେ ନଜର ଆସିଥିଲେ। ପିଙ୍କ୍ କଲର୍ ସାଲଓ୍ୱାରରେ ନଜର ଆସିଥିଲେ ଶିଳ୍ପା। ଏହି ସମୟରେ ଶିଳ୍ପାଙ୍କ ଭଉଣୀ ସମୀତା ସେଟ୍ଟୀ ମଧ୍ୟ ନଜର ଆସିଥିଲେ।

















