ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଣପତି ବପ୍ପାଙ୍କ ବସିର୍ଜନ ବେଳେ ଅଘଟଣା। ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ଡଙ୍ଗାବୁଡ଼ି ୧୧ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ୪ ନିଖୋଜ ଅଛନ୍ତି। ମଧ୍ୟପ୍ରଦେଶର ପ୍ରସିଦ୍ଧ ଛୋଟି ହ୍ରଦର ଖାଟଲାପୁରା ଘାଟରେ ଏହି ଦୁର୍ଘଟଣା  ଘଟିଛି। ଏବେ ଅନ୍ୟ ୪ ଜଣଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି।

ପୋଲିସ ଓ ଉଦ୍ଧାରକାରୀ ଟିମ୍‌ର କହିବା ଅନୁସାରେ ମୂର୍ତ୍ତି ବିସର୍ଜନ ପାଇଁ ଯେଉଁ ଡଙ୍ଗାରେ ଯାଉଥିଲେ ତାହା ଭାରସାମ୍ୟ ହରାଇଥିଲା। ଭାରସାମ୍ୟ ହରାଇବାରୁ ଏହି ଦୁର୍ଘଟଣା ଘଟିଛି। ଯେଉଁ ୧୧ ଜଣଙ୍କର ମୃତ୍ୟୁ ଘଟିଛି ସେମାନଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ କମଲନାଥ।

ଶୁକ୍ରବାର ଭୋରରୁ ଏହି ଦୁର୍ଘଟଣା ଘଟିଛି। ଭୋପାଳର ଏକ ପୂଜି କମିଟି ପକ୍ଷରୁ ଗଣେଶଙ୍କ ବିସର୍ଜନ ପାଇଁ ପୂଜା କମିଟିର ବହୁ ସଦସ୍ୟମାନେ ମଧ୍ୟ ଡଙ୍ଗାରେ ବସିଥିଲେ। କ୍ଷମତାଠାରୁ ଅଧିକ ଲୋକ ଡଙ୍ଗାରେ ବସିଥିବାରୁ ଏହା ଭାରସାମ୍ୟ ହରାଇ ବୁଡ଼ିଯାଇଥିଲା ।

Comment