ଓଡ଼ିଶାଲାଇଭ୍ ବ୍ୟୁରୋ

 

ମଧ୍ୟପ୍ରେଦଶର ବେତୁଲ ଜିଲ୍ଲାର ମାଣ୍ଡଭି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ୫୫ ଫୁଟ ଗଭୀର ବୋରଓ୍ୱେଲରେ ଖସିପଡିଛି ୮ ବର୍ଷୀୟ ଶିଶୁ ତନ୍ମୟ। ଏହି ଘଟଣା ମଙ୍ଗଳବାର ସନ୍ଧ୍ୟା ୫ଟା ବେଳେ ଘଟିଛି । କୁନି ପୁଅ ତନ୍ମୟ ସାହୁ ଖେଳୁଥିବା ବେଳେ ବୋରୱେଲ୍‌ରେ ଖସିପଡ଼ିଥିଲା । ଯାହାକି ନିକଟ ଦୁଇ ବର୍ଷ ତଳେ ଖୋଳାଯାଇଥିଲା । ଏନେଇ ସ୍ଥାନୀୟ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ଶିଶୁଟିର ସୁରକ୍ଷିତ ଉଦ୍ଧାର ପାଇଁ ସ୍ଥାନୀୟ ପ୍ରଶାସନ ଉଦ୍ୟମ ଜାରି ରଖିଛି।

ତେବେ ତନ୍ମୟକୁ ଉଦ୍ଧାର ପାଇଁ କାର୍ଯ୍ୟ ଆରମ୍ଭ ହୋଇସାରିଛି। ଘଟଣାସ୍ଥଳ ଅଭିମୁଖେ ଭୋପାଳ ଓ ହୋସଙ୍ଗାବାଦରୁ ଏସଡିଆରଏଫ ଟିମ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଫସି ରହିଥିବା ଶିଶୁ ନିକଟକୁ ଅମ୍ଲଜାନ ପଠାଇବାର ବ୍ୟବସ୍ଥା କରାଯାଇଛି। ଗଭୀର ଗାତ ଖୋଳିବା ପାଇଁ ମେସିନ୍ ପହହଞ୍ଚିସାରିଛି। ବୋରେଓ୍ୱଲ ପାଖରେ ଆଉ ଏକ ଗତ ଖୋଳାଯାଇ ଶିଶୁକୁ ଉଦ୍ଧାର କରିବାକୁ ପ୍ରୟାସ କରାଯାଉଛି।

ଏହି ବୋରୱେଲଟି ଦୁଇ ବର୍ଷ ପୂର୍ବରୁ ଏକ ଫାର୍ମ ହାଉସ ପାଇଁ ଖୋଳାଯାଇଥିଲା । ଏହାକୁ ନାନକ ଚୌହାନ ନାମକ ଜଣେ ବ୍ୟକ୍ତି ଖୋଳାଇଥିଲେ ହେଲେ ପାଣି ନବହରିବାରୁ ଏହାକୁ ବ୍ୟବହାର କରାଯାଉନଥିଲା। ତେବେ ଶିଶୁଟି ଖେଳୁଥିବା ସମୟରେ କିଭଳି ବୋରଓ୍ୱେଲରେ ଖସି ପଡ଼ିଲା ତାହା ଏ ଯାଏଁ ଜଣା ପଡ଼ିନି।

Tags: #BorewellTragedy #Tanmay #8yearsboy #SDRF #Madhypradesh

Comment