ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍କୁଟିରେ ଭ୍ରାମ୍ୟମାଣ ଲାଇବ୍ରେରି ତିଆରି କରି ପିଲାଙ୍କୁ ପାଠ ପଢ଼ାଉଛନ୍ତି ମଧ୍ୟପ୍ରଦେଶର ଚନ୍ଦ୍ରହାସ ଶ୍ରୀବାସ୍ତବ ସାର୍‌।

କରୋନା କାଳରେ ପିଲାଙ୍କ ପାଠପଢ଼ା ବେଶ୍‌ ପ୍ରଭାବିତ ହୋଇଛି। ସ୍କୁଲ, କଲେଜ, ବନ୍ଦ ଥିବାରୁ ସେମାନଙ୍କ ପାଠପଢ଼ାରେ ବ୍ୟାଘାତ ହୋଇଛି। ଏଭଳି ସ୍ଥିତିରେ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ଏକ ନିଆରା ବାଟ ଆପଣେଇଛନ୍ତି ମଧ୍ୟପ୍ରଦେଶ, ସାଗର ଜିଲ୍ଲାର ଜଣେ ସରକାରୀ ସ୍କୁଲର ଶିକ୍ଷକ। ସେ ହେଲେ ଚନ୍ଦ୍ରହାସ ଶ୍ରୀବାସ୍ତବ। ପିଲାଙ୍କୁ ପଢ଼ାଇବା ପାଇଁ ଚନ୍ଦ୍ରହାସ ନିଜ ସ୍କୁଟରେ ଭ୍ରାମ୍ୟମାଣ ଲାଇବ୍ରେରି ତିଆରି କରିଛନ୍ତି। ନିଜ ସ୍କୁଟି ଧରି ସେ ଗାଁ ଗାଁ ବୁଲି ପିଲାଙ୍କୁ ଏକାଠି କରି ପାଠ ପଢ଼ାଇବା ସହିତ ବହି ବାଣ୍ଟୁଛନ୍ତି।

ଶିକ୍ଷକ ଚନ୍ଦ୍ରହାସ ଶ୍ରୀବାସ୍ତବଙ୍କ କହିବା କଥା,‘‘ ଯେଉଁ ପିଲାମାନେ ଅର୍ଥ ଅଭାବରୁ ଫୋନ କିମ୍ବା ଲାପଟପ କିଣି ପାରିନାହାନ୍ତି ସେମାନଙ୍କୁ ଅନଲାଇନରେ ପାଠପଢ଼ିବାରେ ବହୁ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି। ଏସବୁକୁ ଦୃଷ୍ଟିରେ ରଖି ଏଭଳି ସ୍କୁଟି ଲାଇବ୍ରେରି ତିଆରି କରାଯାଇଛି, ଯାହାଦ୍ୱାରା ଗରିବ ପିଲାଙ୍କୁ ପାଠପଢ଼ିବାରେ ସୁବିଧା ହୋଇ ପାରିବ’’।

ଚନ୍ଦ୍ରହାସଙ୍କ ଲାଇବ୍ରେରିରେ ଗପ ବହିଠୁ ଆରମ୍ଭ କରି ଅଙ୍କ ବହି, ସାଧାରଣ ଜ୍ଞାନ, ଚିତ୍ରାଙ୍କନ ବହି ସବୁକିଛି ଅଛି। ଆଉ ପିଲାମାନେ ନିଜ ପସନ୍ଦ ମୁତାବକ ଏଠାରୁ ବହି ନେଇ ପାଠ ପଢୁଛନ୍ତି। ତେବେ ଚନ୍ଦ୍ରହାସଙ୍କ ଏଭଳି ନିଆରା ପ୍ରୟାସ ପାଇଁ ସବୁଠୁ ସେ ପ୍ରଶଂସିତ ହୋଇଛନ୍ତି। ସୋସିଆଲ ମିଡିଆରେ ଚନ୍ଦ୍ରହସଙ୍କ ସ୍କୁଟି ଲାଇବ୍ରେରି ଭାଇରାଲ ହେଉଛି।

Comment