ଓଡ଼ିଶାଲାଇଭ୍ ବ୍ୟୁରୋ

ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଛି ବିଜେପି। ଚଳିତବର୍ଷ ଶେଷ ଆଡ଼କୁ ଉଭୟ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ଦଳ ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ବିଜେପି ପକ୍ଷରୁ ମଧ୍ୟପ୍ରଦେଶର ୩୯ଟି ଏବଂ ଛତିଶଗଡ଼ର ୨୧ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।

ବୁଧବାର ଦିନ ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ଅଧ୍ୟକ୍ଷତାର ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ବୈଠକ ବସିଥିଲା। ଏଠାରେ ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ହୋଇଥିଲା।

ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଅନ୍ୟ ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ। ନିର୍ବାଚନ ପାଇଁ ମଧ୍ୟପ୍ରଦେଶ ଓ ଛତିଶଗଡ଼ର ବିଜେପି ରାଜ୍ୟ କମିଟିରୁ ପ୍ରାର୍ଥୀଙ୍କ ନାମଗୁଡ଼ିକୁ କେନ୍ଦ୍ରୀୟ ନିର୍ବାଚନ କମିଟିକୁ ପଠାଯାଇଥିଲା। ବୈଠକରେ ପ୍ରାର୍ଥୀଙ୍କ ନାମଗୁଡ଼ିକୁ ନେଇ ଆଲୋଚନା କରାଯାଇଥିଲା।

ଆସନ୍ତା ଅକ୍ଟୋବର କିମ୍ବା ନଭେମ୍ବର ମାସରେ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ହୋଇପାରେ। ଏହି ଦୁଇଟି ରାଜ୍ୟ ସହ ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମ ବିଧାନସଭା ପାଇଁ ମଧ୍ୟ ନିର୍ବାଚନ ହେବ। ଏହି ସବୁ ନିର୍ବାଚନର ତାରିଖକୁ ନେଇ ଆଗକୁ ଜାତୀୟ ନିର୍ବାଚନ କମିଶନ ପକ୍ଷରୁ ସୂଚନା ଦିଆଯିବ।

Tags: #AssemblyElections #MadhyaPradesh&Chhattisgarh #BJPCandidates #Election #India

 

LEAVE A REPLY

Please enter your comment!
Please enter your name here