ଓଡ଼ିଶାଲାଇଭ୍ ବ୍ୟୁରୋ

ଜୀବନ ଯୁଦ୍ଧରେ ହାରିଗଲେ ତନ୍ମୟ ୪୦୦ ଫୁଟ୍ ଗଭୀର ବୋର୍ୱେଲ୍ରେ ଫସିଥିବା  ବର୍ଷର ବାଳକ ତନ୍ମୟ ସାହୁଙ୍କୁ ଉଦ୍ଧାର କରାଯାଇଛି ୭୦ ଘଣ୍ଟାରୁ ଅଧିକ ସମୟ ଧରି ରେସ୍କ୍ୟୁ ଅଭିଯାନ ପରେ ତନ୍ମୟ ଉଦ୍ଧାର ହୋଇଥିଲେ ହେଲେ ଦୁଃଖଦ ଘଟଣା, ଚିକିତ୍ସା ପାଇଁ ତାଙ୍କୁ ବେତୁଲ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯିବାପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି

ଡିସେମ୍ବର ୬ରେ ମଧ୍ୟପ୍ରଦେଶର ବେତୁଲ ଜିଲ୍ଲା ମାଣ୍ଡଭି ଗାଁରେ ଖେଳୁଥିବା ବେଳେ ଖୋଲାଥିବା ବୋର୍ୱେଲ୍ଗାତ ଭିତରେ ଗଳି ପଡ଼ିଥିଲେ ତନ୍ମୟ। ବୋର୍ୱେଲ୍ଭିତରେ ୫୫ ଫୁଟ୍ ଗଭୀରରେ ତନ୍ମୟ ଅଟକି ରହିଥିଲେ। ପରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ। ଏନଡିଆରଏଫ୍ ଓ ଏସଡିଆରଏଫ୍ ଦଳ ଦିନରାତି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ।

କୂଅର ସମାନ୍ତରାଳ ଭାବେ ଆଉ ଏକ ଗାତ ଖୋଳା ଯାଇଥିଲା ଏହାପରେ ୧୦ଫୁଟର ସୁଡ଼ଙ୍ଗ ତିଆରି କରାଯାଇଥିଲା ପଥର ପାଣି ବାହାରୁ ଥିବାରୁ ମାଟି ଖୋଳିବାରେ ସମସ୍ୟା ହୋଇଥିଲା ୭୦ ଘଣ୍ଟାରୁ ଅଧିକ ସମୟ ଧରି ରେସ୍କ୍ୟୁ ଅଭିଯାନ ପରେ ତନ୍ମୟ ଉଦ୍ଧାର ହୋଇଥିଲେ ହେଲେ ହସ୍ପିଟାଲ୍ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି

ମାସ ପୂର୍ବେ ଛତିଶଗଡ଼ରେ ମଧ୍ୟ ଦେଖିବାକୁ ମିଳିଥିଲା ସମାନ ଘଟଣା। ଶତାଧିକ ଘଣ୍ଟାର ଅପରେସନ୍ ପରେ ଗୁରୁତର ଅବସ୍ଥାରେ ୮୦ ଫୁଟ୍ ଗଭୀର ପରିତ୍ୟକ୍ତ ବୋରୱେଲ୍ ଭିତରୁ ଉଦ୍ଧାର ହୋଇଥିଲା ଜାଞ୍ଜଗିରିର ୧୦ ବର୍ଷୀୟ ବାଳକ ରାହୁଲ

Tag: #Chhattisgarh #Tanmay #Borewell #Death #India

Comment