ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିକାଲି ଯୁଗ ହେଲା ଫିଟ୍ ନେସ୍ ଯୁଗ। ଲୋକ ଫିଟ୍ ରହିବା ପାଇଁ କେତେ କ’ଣ ଉପାୟ କରୁଛନ୍ତି। କେତୋଟି ସରଳ ଘରୋଇ ଉପାୟରେ ବି ନିଜକୁ ଶାରୀରିକ ଓ ମାନସିକ ଭାବେ ଫିଟ୍ ରଖାଯାଇପାରିବ।

ରାତିରେ ଶୀଘ୍ର ଶୋଇ ସକାଳୁ ଠିକ୍ ସମୟରେ ଉଠନ୍ତୁ।

ଦୈନିକ ଖାଦ୍ୟ ପାନ ଏବଂ ଅନ୍ୟାନ୍ୟ କାମ ଠିକ୍ ସମୟରେ କରନ୍ତୁ।

ସକାଳୁ କିଛି ନା କିଛି ବ୍ୟାୟାମ କରନ୍ତୁ। ନଚେତ୍‌ ଯୋଗାଭ୍ୟାସ କରନ୍ତୁ। ସକାଳୁ ଚାଲି ବି ପାରିବେ।

ବନ୍ଧାକୋବି, ପାଳଙ୍ଗ ଶାଗ, ମେଥି ଶାଗ ଆଦି ସବୁଜ ପନିପରିବାରେ ରହିଛି ଅତ୍ୟଧିକ ପରିମାଣର ଫାଇବର ଉପାଦାନ। ଏହା ଓଜନ ଘଟାଇବା ସହ ଶରୀରକୁ ଶକ୍ତି ଯୋଗାଏ। ଦୈନିକ ଖାଦାଭ୍ୟାସରେ କିଛି ସବୁଜ ପନିପରିବା ଖାଆନ୍ତୁ।

ଥରକରେ ଅଧିକ ପରିମାଣରେ ଖାଦ୍ୟ ନ ଖାଇ ଅଳ୍ପ ଅଳ୍ପ ସମୟ ବ୍ୟବଧାନରେ କିଛି ନା କିଛି ହାଲୁକା ଖାଦ୍ୟ ଖାଆନ୍ତୁ।

ଦିନକୁ ଅତି କମ୍‌ରେରେ ୭ ରୁ ୮ ଗ୍ଲାସ୍ ଅର୍ଥାତ୍ ୨ ଲିଟର୍ ପାଣି ପିଇବା ନିଆତି ଜରୁରୀ।

ଜଣେ ବ୍ୟକ୍ତି ଫିଟ୍ ରହିବା ପାଇଁ ଅତି କମ୍ ରେ ୭ ରୁ ୮ ଘଣ୍ଟା ନିଦ୍ରା ଆବଶ୍ୟକ।

ଅତ୍ୟଧିକ ମିଠା ଖାଆନ୍ତୁ ନାହିଁ। ଏହା ଓଜନ ବଢ଼ାଇବା ସହିତ ଶରୀରକୁ ଥକା ଓ ମାନ୍ଦା କରିଦିଏ। ଯଦି ସମ୍ଭବ ମିଠା ଖାଇବା ଛାଡ଼ି ଦିଅନ୍ତୁ।

Comment