ଓଡ଼ିଶାଲାଇଭ ବ୍ୟୁରୋ

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ) ଦଳ କିଙ୍ଗ୍ସ ଇଲେଭେନ ପଞ୍ଜାବର ପୂର୍ବତନ କ୍ୟାପଟେନ ରବିଚନ୍ଦ୍ରନ ଅଶ୍ଵିନୀଙ୍କୁ ରିଲିଜ କରିଛି ଦଳ। ୨୦୨୦ ଆଇପିଏଲରେ ଅଶ୍ଵିନୀ ଦିଲ୍ଲୀ କ୍ୟାପିଟାଲ ପକ୍ଷରୁ ଖେଳିବେ ବୋଲି ଜଣାପଡ଼ିଛି।

ଅଶ୍ଵିନୀଙ୍କ ନେତୃତ୍ଵରେ ଦଳ ୨୦୧୮ ଓ ୨୦୧୯ରେ ଷଷ୍ଠ ଓ ସପ୍ତମ ସ୍ଥାନରେ ରହିଥିଲା। ଏହାପରେ ଆଗାମୀ ସିଜିନରେ ଦଳ ଅଶ୍ଵିନୀଙ୍କୁ ରିଲିଜ କରିବାକୁ ନିଷ୍ପତ୍ତି ନେଇଛି। ବିସିସିଆଇ ମଧ୍ୟ ଅଶ୍ଵିନୀଙ୍କୁ ରିଲିଜ ପାଇଁ ଅନୁମତି ଦେଇସାରିଛି। ତେବେ ତାଙ୍କୁ ଦିଲ୍ଲୀ କ୍ୟାପିଟାଲ ନେବାକୁ ଇଚ୍ଛା ପ୍ରକାଶ କରିଛି।

ବର୍ତ୍ତମାନ ପଞ୍ଜାବ ଟିମ୍‌କୁ ଜଣେ ଯୁବ ସ୍ପିନରର ଆବଶ୍ୟକତା ରହିଛି। ତେବେ ଦଳ କାହାକୁ ସ୍ପିନର ଭବେ ଚୟନ କରିବ ତାହାକୁ ନେଇ ବର୍ତ୍ତମାନ ଅଙ୍କକଷା ଜୋରଦାର ଚାଲିଛି।

Comment