ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତାକାଲି ଓଡ଼ିଶା ଫେରିବେ ଜଗା କାଳିଆ। ଦିଲ୍ଲୀ ଏମ୍ସରେ ଦୀର୍ଘ ଦୁଇବର୍ଷ ଧରି ଚିକିତ୍ସିତ ହେବାପରେ ଓଡ଼ିଶା ଫେରୁଛନ୍ତି ଦୁଇ ଭାଇ। ବର୍ତ୍ତମାନ ଜଗା କାଳିଆଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ଦିଲ୍ଲୀ ଏମ୍ସରୁ ଫେରିବା ପରେ ଜଗା କାଳିଆଙ୍କୁ କଟକ ଏସ୍‌ସିବି ମେଡିକାଲରେ ରଖାଯିବ।

ଜଗା କାଳିଆଙ୍କୁ ଆଣିବା ପାଇଁ ବୁଧବାର ଏସିବି ମେଡିକାଲ କଲେଜ୍‌ରୁ ୨ ଜଣିଆ ଡାକ୍ତରୀ ଟିମ୍ ଦିଲ୍ଲୀ ଯାଇଛନ୍ତି। ଏସ୍‌ସିବି ମେଡିକାଲର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଶିବଶଙ୍କର ବରିହା ଏବଂ ବିଭୁ ପ୍ରସାଦ ନାୟକ ଦିଲ୍ଲୀ ଯାଇଛନ୍ତି। ସେଠାରେ ସେ ଜଗା କାଳିଆଙ୍କ ଚିକିତ୍ସା ସଂପର୍କରେ ଅନୁଧ୍ୟାନ କରୁଛନ୍ତି।

ଶୁକ୍ରବାର ଦିଲ୍ଲୀ ଏମ୍ସର ୪ଜଣିଆ ଡାକ୍ତରୀ ଟିମ ସହ ଜଗା କାଳିଆଙ୍କୁ ଓଡ଼ିଶା ଅଣାଯିବ। ଜଗା କାଲିଆଙ୍କ ଫେରିବା ନେଇ ଏସ୍‌ସିବି ମେଡିକାଲରେ ସମସ୍ତ ପ୍ରସ୍ତୁତି ସରିଥିବା ସୂଚନା ମିଳିଛି।

ଜଗା କାଳିଆଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଦିଲ୍ଲୀ ଏମ୍ସ କହିଛି, “ବର୍ତ୍ତମାନ ଏହି ଦୁଇଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି। ସେମାନଙ୍କୁ ଆଉ ଆଇସିୟୁରେ ରଖିବାର ଆବଶ୍ୟକ ନାହିଁ। ବର୍ତ୍ତମାନ ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ଜିଲ୍ଲା କିମ୍ବା ରାଜ୍ୟ ହସ୍ପିଟାଲରେ ହୋଇପାରିବ।”

Comment