ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀସ୍ଥିତ ଏମ୍ସ ହସ୍ପିଟାଲରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେଇଛନ୍ତି କରୋନା ଟିକା। ସେ କରୋନାର ପ୍ରଥମ ଡୋଜ୍ ଟିକା ନେଇଥିବା କହି, ନିଜ ଟୁଇଟର ମାଧ୍ୟମରେ ଜଣାଇଛନ୍ତି। ଟିକା ନେବାପରେ ସମସ୍ତ ଡାକ୍ତର ଓ ବୈଜ୍ଞାନିକଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୋଦି। ସେ କହିଛନ୍ତି, ଏମାନଙ୍କ ଉଦ୍ୟମ ପାଇଁ ଆଜି ଦେଶ କରୋନା ବିରୋଧୀ ଲଢ଼େଇରେ ଜିତି ପାରିଛି। ଏଥିସହ ସମସ୍ତ ଯୋଗ୍ୟ ବ୍ୟକ୍ତି ଟିକା ନେବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି।

ଅନ୍ୟପକ୍ଷରେ ଆଜିଠାରୁ ଉଭୟ ଘରୋଇ ଓ ସରକାରୀ ହସ୍ପିଟାଲରେ ବୟସ୍କଙ୍କୁ ଟିକାକରଣ କରାଯାଉଛି। ଇଚ୍ଛୁକ ବ୍ୟକ୍ତି କୋୱିନ-୨ ପୋର୍ଟାଲରେ ପଞ୍ଜୀକରଣ କରି ଟିକା ନେଇପାରିବେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଦେଶବ୍ୟାପୀ କରୋନା ଟୀକାକରଣ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟ ଟିକାକରଣ ଜାନୁଆରୀ ୧୬ରେ ଆରମ୍ଭ ହୋଇଥିଲା।

ସମସ୍ତ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଓ ୪୫ ବର୍ଷରୁ ୬୦ ବର୍ଷ ବୟସ୍କଙ୍କଠାରେ ଥିବା ଶାରିରୀକ ସମସ୍ୟା ବ୍ୟକ୍ତିମାନେ ଦ୍ୱିତୀୟ ପର୍ଯ୍ୟାୟରେ କରୋନା ଟିକା ନେଇପାରିବେ।

Comment