ଓଡ଼ିଶାଲାଇଭ୍ ବ୍ୟୁରୋ

ଜହ୍ନ ରାଇଜରେ ଘର କରିବା ସମ୍ଭବ କି? ଏଠାରେ ମଣିଷ ରହିପାରିବ କି? ପାଣି କେଉଁଠି ଅଛି? ଏସବୁ ପ୍ରଶ୍ନର ଉତ୍ତର ଆଉ କିଛି ସମୟ ପରେ ଜଣାପଡ଼ିବ। ଯେତେବେଳେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ।

ଆଉ କିଛି ସମୟର ପ୍ରତୀକ୍ଷା। ଭାରତ ରଚିବ ଇତିହାସ। ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ଏହି ଐତିହାସିକ ମୁହୂର୍ତ୍ତକୁ ସାରା ପୃଥିବୀ ଅପେକ୍ଷା କରି ରହିଛି।

ଚନ୍ଦ୍ରପୃଷ୍ଠରେ ପାଣିର ସନ୍ଧାନ ଏବଂ ଭବିଷ୍ୟତରେ ମଣିଷ ଏଠାରେ ରହିପାରିବ କି ନାହିଁ ସେନେଇ ସନ୍ଧାନ କରିବ ଚନ୍ଦ୍ରଯାନ-୨। ଆଉ କିଛି ସମୟର ପ୍ରତୀକ୍ଷା ପରେ ହିଁ ଜଣାପଡ଼ିବ ଜହ୍ନ ରାଇଜରେ ଘର ତୋଳିବା ସହଜ ହେବ କି ନାହିଁ।

ଚନ୍ଦ୍ରରେ ଭୂମିକମ୍ପ ହେଉଛି କି?

ପୃଥିବୀ ପୃଷ୍ଠ ପରି ଚନ୍ଦ୍ରରେ ଜୀବଜଗତ ତିଷ୍ଠିବା ପାଇଁ କ’ଣ ସବୁ ସୁବିଧା ରହିଛି? ପୃଥିବୀ ଭଳି ଏଠାରେ ପ୍ରାକୃତିକ ଦୁର୍ବିପାକ ହେଉଛି କି ନାହିଁ? ଏସବୁର ସନ୍ଧାନ କରିବ ଚନ୍ଦ୍ରଯାନ-୨। ଚନ୍ଦ୍ରଯାନ-୨ ଯେଉଁଠି ଲ୍ୟାଣ୍ଡ କରିବ ସେଠି ମାଟିର ତାପମାତ୍ରା କେତେ ରହୁଛି ତାହା ଯାଞ୍ଚ କରିବ ବିକ୍ରମ ଲ୍ୟାଣ୍ଡର। ଭୂମିକମ୍ପ ହେଉଛି କି ତାହା ତାହା ବି ଯାଞ୍ଚ କରିବ।

ଚନ୍ଦ୍ରଯାନ-୨ରେ ୧.୪ ଟନ ଓଜନର ଲ୍ୟାଣ୍ଡର ବିକ୍ରମ ସହିତ ୨୭ କିଲୋଗ୍ରାମ ଓଜନର ରୋବର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠକୁ ଯାଇଛି। ଜହ୍ନ ରାଇଜରେ ପ୍ରଜ୍ଞାନ ମାଟିର ରସାୟନିକ ସ୍ଥିତିର ଅନୁଧ୍ୟାନ କରିବ।

୨୦୦୯ରେ ଚନ୍ଦ୍ରଯାନ-୧ ଚନ୍ଦ୍ରପୃଷ୍ଠରେ ଜଳର ସଙ୍କେତ ଦେଇଥିଲା। ତେବେ ଚନ୍ଦ୍ରପୃଷ୍ଠରେ କେଉଁଠି ଜଳ ଅଛି, ଏହା କେତେ ବ୍ୟବହାର ଉପଯୋଗୀ ଏବଂ ମାଟିର ସ୍ଥିତି ଏଠାରେ କେମିତି ତାହା ଜାଣିବା ପାଇଁ ଭାରତ ଚନ୍ଦ୍ରଯାନ-୨ ପଠାଇଛି।

ଜହ୍ନ ରାଇଜରେ ଘର ତିଆରି କରିବା ପାଇଁ ବହୁ ଦେଶ ଦୀର୍ଘ ବର୍ଷ ହେଲା ଉଦ୍ୟମ ଜାରି କରି ଆସୁଛନ୍ତି। ଜହ୍ନ ରାଇଜକୁ ନେଇ ବୈଜ୍ଞାନିକମାନେ ବହୁ ପରୀକ୍ଷା କରି ଆସୁଛନ୍ତି।

ଆମେରିକା, ଚୀନ ଏବଂ ୠଷ୍‌ ଅତୀତରେ ଚନ୍ଦ୍ରପୃଷ୍ଠକୁ ଯାନ ପଠାଇଥିଲେ। ତେବେ ଭାରତ ହେଉଛି ଚତୁର୍ଥ ଦେଶ ଯିଏ ଚନ୍ଦ୍ରଯାନ-୨ ସଫଳତାର ସହ ଉତ୍‌କ୍ଷେପଣ କରିଛି। ମଣିଷ ପାଇଁ ଚନ୍ଦ୍ରପୃଷ୍ଠ କେତେ ସହାୟକ ହେବ ତାକୁ ନେଇ ଖୋଳତାଡ଼ କରୁଛି। ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠର ଫଟୋ ଇସ୍ରୋକୁ ଦେବା ପରେ ହିଁ ଜଣାପଡ଼ିବ ଏଠି ଘର ତୋଳିବା କେତେ ସହଜ?

Comment