ଓଡ଼ିଶାଲାଇଭ୍ ବ୍ୟୁରୋ

ଶୁକ୍ରବାର ମଧ୍ୟରାତ୍ରିରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୨। ପ୍ରତ୍ୟେକ ଭାରତୀୟ ପାଇଁ ଏହା ଏକ ଗୌରବର ମୁହୂର୍ତ୍ତ। ତେଣୁ ଏହି ଗୌରବଶାଳୀ ମୁହୂର୍ତ୍ତକୁ ସମସ୍ତ ଭାରତୀୟଙ୍କୁ ଦେଖିବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଶୁକ୍ରବାର ମଧ୍ୟାହ୍ନରେ ପ୍ରଧାନମନ୍ତ୍ରୀ ମୋଦି ଇସ୍ରୋରେ ଚନ୍ଦ୍ରଯାନ-୨ର ଅବତରଣ ବେଳର ସିଧାପ୍ରସାରଣ ଦେଖିବା ପାଇଁ ବାଙ୍ଗାଲୋର ଯାତ୍ରା କରିଛନ୍ତି। ଏହି ଅବସରରେ ମୋଦୀ ଇସ୍ରୋର ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଚନ୍ଦ୍ରଯାନ-୨ର ସିଧାପ୍ରସାରଣକୁ ଦେଶବାସୀଙ୍କୁ ଦେଖିବାକୁ ମୋଦି ଅନୁରୋଧ କରିଛନ୍ତି। ଏଥିସହ ସିଧାପ୍ରସାରଣ ଦେଖୁଥିବା ବେଳର ଫୋଟୋ ଉଠାଇ ଏହାକୁ ନିଜର ସୋସିଆଲ ମିଡିଆରେ ଛାଡିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

ପ୍ରଧାନମନ୍ତ୍ରୀ ଇସ୍ରୋ କାର୍ଯ୍ୟାଳୟରେ ବୈଜ୍ଞାନିକ ଓ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ସହ ଏହି ସମୟର ଦୃଶ୍ୟକୁ ସିଧାସଳଖ ଦେଖିବେ।

ମୋଦି ଟୁଇଟ କରି କହିଛନ୍ତି ଯେ ଯେଉଁ ଦିନଠାରୁ ଚନ୍ଦ୍ରଯାନ-୨ର ଲଞ୍ଚ୍ ହୋଇଛି ସେହିଦିନଠାରୁ ଚନ୍ଦ୍ରଯାନ-୨ର  ପ୍ରତ୍ୟେକ ଖବର ସହ ସେ ଯୋଡି ହୋଇ ରହିଛନ୍ତି। ତେଣୁ କୋଟି କୋଟି ଭାରତୀୟଙ୍କର ଏହି ଗୌରବର ମୁହୂର୍ତ୍ତକୁ ସମସ୍ତେ ନିଜ ଆଖିରେ ଦେଖିବାକୁ ସେ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି।

Comment