ଓଡ଼ିଶାଲାଇଭ୍ ବ୍ୟୁରୋ

‘‘ଚନ୍ଦ୍ରଯାନ-୨କୁ ସଫଳ କରିବା ପାଇଁ ଆମ ଦେଶର ବୈଜ୍ଞାନିକମାନେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଥିଲେ। ହେଲେ ଆମେ ଏଥିରେ ନିରାଶ ହେବାନି। ସାହସର ସହ ଆଗକୁ ବଢ଼ିବା। ଏଦିଗରେ ଆମେ ଆଗକୁ ପ୍ରୟାସ ଜାରି ରଖିବା। ଆମ ଦେଶର ବୈଜ୍ଞାନିକଙ୍କ ପାଇଁ ଆମେ ଗର୍ବ କରିବା ଉଚିତ’’, କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଚନ୍ଦ୍ରଯାନ-୨ର ସଫଲ ଲ୍ୟାଣ୍ଡିଂକୁ ସାରା ବିଶ୍ୱ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲା। ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ପ୍ରଥମ ଥର ପାଇଁ ଚନ୍ଦ୍ରଯାନ-୨ ଅବତରଣ କରିବାର ଥିବାରୁ ସମସ୍ତେ ଏହି ଲ୍ୟାଣ୍ଡିଂ ଦେଖିବା ପାଇଁ ଅପେକ୍ଷା କରି ରହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍କୁଲ ପିଲାଙ୍କ ସହ ବେଙ୍ଗାଳୁରୁସ୍ଥିତ ଇସ୍ରୋ ସେଣ୍ଟରରେ ଅପେକ୍ଷା କରିଥିଲେ।

ହେଲେ ଚନ୍ଦ୍ର ପୃଷ୍ଠର ୨.୧ କିଲୋମିଟର ଉଚ୍ଚତାରୁ ଚନ୍ଦ୍ରଯାନର ଲ୍ୟାଣ୍ଡିର ବିକ୍ରମ ସହ ଇସ୍ରୋ ସେଣ୍ଟରର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଏହାପରେ ମୋଦି ଇସ୍ରୋ ବୈଜ୍ଞାନିକମାନଙ୍କୁ ସାନ୍ତ୍ୱନା ଦେଇଥିଲେ। ମନୋବା ସୁଦଢ କରିବାକୁ ପରାମର୍ଶ ଦେଇଥିଲେ।

ସ୍କୁଲ ପିଲାମାନଙ୍କୁ ମୋଦି କହିଥିଲେ, ‘‘ଜୀବନରେ କେବେ ହାରିବା ଶିଖିବାନି। ଜିତିବା ପାଇଁ ଉଦ୍ୟମ କରିବା। ମନରେ କେବେ ନିରାଶା ଭାବ ଆଣିବା ଉଚିତ ନୁହେଁ। ସକରାତ୍ମକ ମନୋଭାବ ନେଇ କାମ କରିବାକୁ ପଡ଼ିବ। ସବୁବେଳେ ସଫଳତା ପାଇଁ ଉଦ୍ୟମ କରିବା ଆବଶ୍ୟକ। ଆମ ବୈଜ୍ଞାନିକମାନଙ୍କ ପାଇଁ ସମସ୍ତେ ଗର୍ବ କରିବା ଦରକାର।’’

Comment