ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁଇ ଛୁଆଙ୍କୁ ବିଷ ଦେବା ପରେ ନିଜେ ବିଷ ପଇଛି ମା’। ଫଳରେ ମା’ ସହ ୫ ବର୍ଷୀୟ ପୁଅର ମୃତ୍ୟୁ ଘଟିଥିଲା ବେଳେ ଅନ୍ୟଜଣେ ୪ ବର୍ଷର ପୁଅ ଗୁରୁତର ଅଛି। ମାଲକାନଗିରି କାଲିମେଳା ଥାନା, ତେଲରୋଇ ଗାଁରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି। ଗୁରୁତର ପୁଅକୁ କାଲିମେଳା ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତ ମହିଳାଙ୍କ ନାଁ ମୁକା ପଡ଼ିଆମୀ ଜଣାପଡ଼ିଛି।

ଅଭାବ ଅନଟନରୁ ମା’ ଏଭଳି କରିଥିବା ତାଙ୍କ ପଡ଼ୋଶୀ କହିଛନ୍ତି। ୪ ବର୍ଷ ତଳେ ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା। ସ୍ୱାମୀଙ୍କ ମୃତ୍ୟୁପରେ ମହିଳା ଜଣକ ଏକୁଟିଆ ଆର୍ଥିକ ଅଭାବ ଅନଟନ ମଧ୍ୟରେ ପିଲାମାନଙ୍କୁ ପାଳୁଥିଲେ।

ଏହା ପ୍ରଥମ ଥର ନୁହେଁ, ମାଲକାନଗିରିରୁ ଏଭଳି ଖବର ବାରମ୍ବାର ଆସୁଥିବା ଦେଖିବାକୁ ମିଳିଛି। ଗତମାସରେ ସୀତା ମାଡ଼କାମୀ ନାମକ ଜଣେ ମହିଳା ଏମିତି କରିଥିଲେ।

Comment