ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରାପୁଟ ଜିଲ୍ଲା ବୋରିଗୁମ୍ମାରେ ଘଟିଛି ଏକ ଅଭାବନୀୟ ଘଟଣା। ପାଣିକୁଣ୍ଡରେ ବୁଡି ଯାଇ ଏକ ୩ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ହୋଇଛି।

ଆଜଇ ମଧ୍ୟାନ୍ନରେ ବୋରିଗୁମ୍ମା ନିକଟସ୍ଥ ଦିଣ୍ଡାରାଜାଗୁଡ଼ା ଗ୍ରାମର କୃପାସିନ୍ଧୁଙ୍କ ୩ ବର୍ଷର ଶିଶୁ ପୁତ୍ର ଘର ଅଗଣାରେ ଖେଳୁଥିଲା। ତେବେ ଘର କାମରେ ବ୍ୟସ୍ତ ଥିବା ମା’ର ଦୃଷ୍ଟି ଅଢୁଆଳରେ ପିଲାଟି ବାହାରକୁ ଚାଲି ଆସିଥିଲା। କିଛି ସମୟ ପରେ ମା’ ଖୋଜିବାକୁ ଆସି ଶିଶୁଟିକୁ ପାଣିକୁଣ୍ଡରୁ ଉଦ୍ଧାର କରିଥିଲା।

ଶିଶୁକୁ ଉଦ୍ଧାର କରିବା ପରେ ତୁରନ୍ତ ବୋରିଗୁମ୍ମା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମେଡିକାଲରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ଘଟଣା ସମ୍ପର୍କରେ ବୋରିଗୁମ୍ମା ପୋଲିସକୁ ସୂଚନା ଦିଆଯାଇଥିବା ଡାକ୍ତର କହିଛନ୍ତି।

Comment