ଓଡ଼ିଶାଲାଇଭ ବ୍ୟୁରୋ

ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳସ୍ତର ବୃଦ୍ଧି ପାଇଛି। ରବିବାର ସନ୍ଧ୍ୟା ସୁଦ୍ଧା ଜଳସ୍ଥର ୬୨୫.୬୫ ଫୁଟ ରହିଥିଲା। ଏହାସହ ଡ୍ୟାମକୁ ପ୍ରତି ସେକେଣ୍ଡରେ ୩ ଲକ୍ଷ ୨୯ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି ଓ ୩ ଲକ୍ଷ ୪୨ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି।

ପୂର୍ବରୁ ୧୨ଟି ଗେଟ ଖୋଲାଯାଇଥିଲା। ଏହାପରେ ପୁଣି ରବିବାର ୮ଟି ଖୋଲାଯାଇଛି। ବର୍ତ୍ତମାନ ସୁଦ୍ଧା ଜଳ ଭଣ୍ଡାରରେ ୨୦ଟି ଗେଟ ଦେଇ ବନ୍ୟା ଜଳ ନିସ୍କାସିତ ହେଉଛି।

ଗେଟ ଖୋଲିବା ଯୋଗୁଁ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସମ୍ଵଲପୁର ତଳିଆ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିବାର ଆସଙ୍କା ଥିବାରୁ ଲୋକଙ୍କୁ ସତର୍କ କରାଯାଇଛି।

Comment