ଓଡ଼ିଶାଲାଇଭ୍ ବ୍ୟୁରୋ

ସେପ୍ଟେମ୍ବର ୧୨ରେ କିଷାନ ମାନ ଧନ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରାଞ୍ଚିରେ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବେ ମୋଦୀ।

ଏହି ଯୋଜନାରେ ୬୦ ବର୍ଷ ବୟସରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୩ହଜାର ଟଙ୍କା ପେନ୍‌ସନ୍‌ ମିଳିବ। ଏହି ଯୋଜନାରେ ୫କୋଟି ଚାଷୀ ଉପକୃତ ହେବେ।

ଏହି ଯୋଜନାରେ ଆଗାମୀ ୩ ବର୍ଷ ପାଇଁ ୧୦,୭୭୪ କୋଟି ଟଙ୍କାର ବ୍ୟୟ ଅଟକଳ ରହିଛି। ୧୮ ରୁ ୪୦ ବର୍ଷ ବୟସର ସମସ୍ତ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏଥିପାଇଁ ଆବେଦନ କରିପାରିବେ।

ଚାଷୀମାନେ ସେମାନଙ୍କ ମାସିକ କିସ୍ତିକୁ ପିଏମ-କିଷାନ ଏବଂ ସିଏସସି ମାଧ୍ୟମରେ ଅଂଶଦାନ କରିପାରିବେ ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ସ୍ତରର ଶିକ୍ଷା ସୁବିଧା ଯୋଗାଇବା ପାଇଁ ୪୦୦ ଏକଲବ୍ୟ ମଡେଲ ଆବାସିକ ସ୍କୁଲର ମଧ୍ୟ ଉଦ୍‌ଘାଟନ କରିବେ।

Comment