ଓଡ଼ିଶାଲାଇଭ୍ ବ୍ୟୁରୋ

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ବିଜେପି ସାଂସଦ ସାକ୍ଷୀ ମହାରାଜଙ୍କ ବଡ଼ ବୟାନ।

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବ କି ନାହିଁ? ଯଦି ହେବ ତାହାଲେ କେବେ? ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର ବିଚାର ସୁପ୍ରିମକୋର୍ଟରେ ଚାଲିଥିବା ବେଳେ ବିଜେପି ସାଂସଦ ସାକ୍ଷୀ ମହାରାଜ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ୨୦୧୯ରେ ହିଁ ରାମ ମନ୍ଦିର ନିର୍ମାଣ ହେବ।

‘‘ଅଯୋଧ୍ୟାରେ ୨୦୧୯ରେ ହିଁ ହେବ ରାମ ମନ୍ଦିର ନିର୍ମାଣ। ଏହାକୁ କେହି ରୋକି ପାରିବେ ନାହିଁ। କିଛି ମୁସଲିମ୍‌ ମଧ୍ୟ ରାମ ମନ୍ଦିର ନିର୍ମାଣ ସପକ୍ଷରେ ଅଛନ୍ତି’’, କହିଛନ୍ତି ସାକ୍ଷୀ ମହାରାଜ।

ସାକ୍ଷୀ ମହାରାଜ ଆହୁରି କହିଛନ୍ତି, ‘‘ସିଆ ମୁସଲିମ ସଂପ୍ରଦାୟ ପକ୍ଷରୁ କୁହାଯାଇଛି ଯେ ସବୁ ଜମି ରାମ ମନ୍ଦିର ନିର୍ମାଣ ପାଇଁ ଦିଆଯାଉ। ଏହାଛଡ଼ା ସୁପ୍ରିମକୋର୍ଟରେ ଯେଉଁ ଶୁଣାଣି ଚାଲିଛି ତାହା ସମସ୍ତ ପ୍ରମାଣ ମନ୍ଦିର ସପକ୍ଷରେ ରହିଛି। ଏଣୁ ଆଶା ରହିଛି ରାମ ମନ୍ଦିର ନିର୍ମାଣ ସପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ ଆସିବ। ଆସନ୍ତା ଦୁଇ ତିନି ମାସ ଭିତରେ ଖୁସି ଖବର ମିଳିବ।’’

ମୋଦିଙ୍କ ଦ୍ୱିତୀୟ ପାଳି ସରକାରର ୧୦ ଦିନ ଭିତରେ ବହୁତ ବଡ଼ ବଡ଼ ପଦକ୍ଷେପ ନିଆଯାଇଛି। ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେଉ କି ତିନି ତଲାକ୍‌ ବିଲ୍‌ ପାସ୍ ହେଉ। ଏସବୁ ମୋଦି ସରକାରଙ୍କ ସଫଳତା। ଏଣୁ ରାମ ମନ୍ଦିର ନିର୍ମାଣର ଶ୍ରେୟ ବି ମୋଦିଙ୍କୁ ଯିବ।

Comment