ଓଡ଼ିଶାଲାଇଭ ବ୍ୟୁରୋ

ଜୟପୁର: କୋରାପୁଟରେ ଲୋକାର୍ପିତ ହେଲା କଫି ପ୍ରକ୍ରିୟାକରଣ କେନ୍ଦ୍ର। ବହୁ ପ୍ରତକ୍ଷିତ ଏହି ପ୍ରକ୍ରିୟାକରଣ କେନ୍ଦ୍ରକୁ କୋରାପୁଟର ଚନ୍ଦନ ପୋଖରୀ ନିକଟରେ ଆଜି ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କୋରାପୁଟ ବିଧାୟକ ରଘୁରାମ ପାଡାଲ ଲୋକାର୍ପିତ କରିଛନ୍ତି।

କୋରାପୁଟ କଫି ଉନ୍ନୟନ ପରିଷଦ, କଫି ବୋର୍ଡ ଓ ଟିଡିସିସିର ମିଳିତ ଆନୁକୂଲ୍ୟରେ ପ୍ରତିଷ୍ଠିତ ଏହି କେନ୍ଦ୍ରରେ କୋରାପୁଟ ଜିଲ୍ଲାର ୩ହଜାର ଚାଷୀଙ୍କ ବଗିଚାରୁ କଫି ଫଳକୁ ଏଥିରେ ପ୍ରକ୍ରିୟାକରଣ କରାଯିବ। ଟିଡିସିସି କଫି ଫଳକୁ କ୍ରୟ କରି ତାକୁ ଶୁଖାଇ, ସଫା କରି, ଭାଜିବା ପରେ କଫି ଗୁଣ୍ଡ ପ୍ରସ୍ତୁତ କରି ବିକ୍ରି କରିବ।

ଏହାସହ ଗ୍ରାହକଙ୍କ ପାଇଁ କଫି ପିଇବା ପାଇଁ କାଫେ ଖୋଲିବାର ଯୋଜନା ରହିଛି। ଏହି କେନ୍ଦ୍ର ଖୋଲିବା ଦ୍ୱାରା କୋରାପୁଟ ଅଞ୍ଚଳରେ କମ ଦରରେ କଫି ମଞ୍ଜି ବିକ୍ରି କରିଦେଉଥିବା ଚାଷୀ ତାଙ୍କ ଉତ୍ପାଦର ଉଚିତ ମୂଲ୍ୟ ପାଇପାରିବେ ବୋଲି ଜିଲ୍ଲାପାଳ ମଧୁସୂଦନ ମିଶ୍ର ଆଶା ପ୍ରକଟ କରିଛନ୍ତି।

LEAVE A REPLY

Please enter your comment!
Please enter your name here